ଟାଙ୍କିରୁ ଉଦ୍ଧାର ହେଲା ଗାଈ

ବାଲିପାଟଣା, ୨୦|୧୨: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ସେଖପାଟଣା ଗ୍ରାମରେ ଥିବା ପାଣିଟାଙ୍କିରୁ ଏକ ଗାଈକୁ ଉଦ୍ଧାର କରାଯାଇଛି । ଗାଈଟି ତିନି ଦିନ ହେବ ଏହି ଟାଙ୍କି ରେ ପଡି ଯାଇଥିଲା ।

ରବିବାର ସଂଧ୍ୟାରେ ଗ୍ରାମର କିଛି ଲୋକ ଗାଈଟି ଟାଙ୍କିରେ ପଡ଼ିଥିବା ଦେଖିଥିଲେ । ପରେ ବାଲିପାଟଣା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ବାଲିପାଟଣା ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ରଶି ସହାୟତାରେ ଗାଈଟିକୁ ଟାଙ୍କିରୁ ଉଦ୍ଧାର କରିଥିଲେ । ତିନି ଦିନ ଟାଙ୍କିରେ ପଡ଼ିବା ଯୋଗୁଁ ଗାଈଟି ଅସୁସ୍ଥ ହୋଇ ପଡିଛି ।

Spread the love