ମହାନଦୀରେ ଖୋଲିବ ସଂପର୍କର ସେତୁ, ଆଜି ଟି-ସେତୁର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଆଠଗଡ଼ ୨୦।୧୨:  ମହାନଦୀରେ ଯୋଡ଼ି ହେଲା ଆଉ ଏକ ସମ୍ପର୍କର ସେତୁ। ସୋମବାର ସକାଳ ୧୦ଟାରେ ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ବଡ଼ମ୍ବା ଗୋପିନାଥପୁରକୁ ବାଙ୍କୀ-ବୈଦେଶ୍ୱର ସହିତ ସଂଯୋଗ ହୋଇଥିବା ଟି-ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିବେ।

ତେବେ ଏହି ସେତୁ ନିର୍ମାଣ ହେଲେ ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ଼-ବ୍ରହ୍ମପୁର ସହିତ ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଯୋଗାଯୋଗ ସହଜ ହେବ। କଟକ ଜିଲ୍ଲା ବଡ଼ମ୍ବା ଗୋପୀନାଥପୁରରୁ ବାଙ୍କୀ- ବୈଦେଶ୍ୱର ସଂଯୋଗ କରୁଛି ଏହି ଟି-ସେତୁ। ମହାନଦୀ ମଧ୍ୟଭାଗରେ ତିଆରି ହୋଇଛି ଏହି ଟି-ସେତୁ। ଏହି ସେତୁଟିର ଲମ୍ବ ୩ କିଲୋମିଟର ୧୧୮ ମିଟର ହୋଇଥିବାବେଳେ ପୋଲର ମଧ୍ୟଭାଗରୁ ସିଂହନାଥ ଶୈବପୀଠକୁ ଯୋଡ଼ାଯାଇଥିବାରୁ ଏହାକୁ ଟି-ସେତୁ ବୋଲି କୁହାଯାଉଛି। ତେବେ ୨୦୧୪ ରେ ଏହି ସେତୁର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ କିଛି ବୈଷୟିକ ତ୍ରୁଟି କାରଣରୁ ଏହାର କାର୍ଯ୍ୟ ବିଳମ୍ବ ହୋଇଥିଲା।

Spread the love