ପ୍ରଧାନମନ୍ତ୍ରୀଙ୍କ ରାମମନ୍ଦିର ନିର୍ମାଣ ମନ୍ତବ୍ୟକୁ ଆରଏସ୍ଏସର ସ୍ୱାଗତ

ରାମ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିମ୍ରାଣ  ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ସ୍ୱାଗତ କରିଛି  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ଆର୍‌ଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି, ବିଜେପି 3 ଦଶନ୍ଧି ତଳେ ନେଇଥିବା ସଂକଳ୍ପକୁ ଏହା ସମର୍ଥନ ସଦୃଶ ହୋଇଛି। ସଂଘ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ଦେଶର ଜନସାଧାରଣ ଚାହୁଁଛନ୍ତି ଏହି ସରକାର ସମୟରେ ହିଁ ରାମ ମନ୍ଦିର ନିର୍ମାଣ ପ୍ରତିଶ୍ରୁତି ପୂରଣ ହେଉ।

ମୋଦି ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ରାମ ମନ୍ଦିର ପ୍ରସଙ୍ଗରେ କୌଣସି ପ୍ରଶାସନିକ ନିର୍ଦ୍ଦେଶ ସେପର୍ଯ୍ୟନ୍ତ ଦିଆଯାଇପାରିବନି ଯେ ପର୍ଯ୍ୟନ୍ତ ଏହାର ନ୍ୟାୟିକ ବିଚାର ସରିନାହିଁ।ମୋଦି ଆହୁରି ମଧ୍ୟ କହିଥିଲେ ଯେ, ନ୍ୟାୟିକ ବିଚାର ପ୍ରକ୍ରିୟା ସରିବା ପରେ ସରକାର ହିସାବରେ ଯାହା ମଧ୍ୟ ଆମର ଦୟିତ୍ୱବୋଧ ରହିବ, ଆମେ ପାଳନ କରିବାକୁ ପ୍ରସ୍ତୁତ ଅଛୁ।

ରାମଜନ୍ମଭୂମି ବିବାଦୀୟ ସ୍ଥଳର ମାଲିକାନାକୁ ନେଇ ଏକ ମାମଲା ବର୍ତ୍ତମାନ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଚଳିତ ସପ୍ତାହରେ ହିଁ ଏହାର ଶୁଣାଣି ଆରମ୍ଭ ହେବାର ଅଛି। ଆରଏସ୍‌ଏସ୍‌ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, 2014 ମସିହାରେ ବିଜେପି ପକ୍ଷରୁ ଜାରି କରାଯାଥିବା ନିର୍ବାଚନୀ ଇସ୍ତାହାରରେ କୁହାଯାଇଥିଲା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସମ୍ବିଧାନର ସମସ୍ତ ସାମ୍ଭାବ୍ୟ ବିଧି ବ୍ୟବସ୍ଥାର ସାହାଯ୍ୟ ନିଆଯିବ।

Ask pointed questions about what works or does not work in your book and what they would like to see more essay writer or less of.
Spread the love