ରିଲିଜ ହେଲା ‘ଦ କାଶ୍ମୀର ଫାଇଲ୍ସ’ର ମୋଶନ ପୋଷ୍ଟର: କାଶ୍ମିରୀ ପଣ୍ଡିତଙ୍କ ଚରିତ୍ରରେ ନଜର ଆସିବେ ଅନୁପମ ଖେର

ମୁମ୍ବାଇ ୨୦/୧୨ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ (The Kashmir Files) ରିଲିଜ ହେବା ପୂର୍ବରୁ ଆମେରିକାରେ ଧୁମ ମଚେଇଲାଣି। ଫିଲ୍ମ ‘ଦ ତାଶାକନ୍ଦ ଫାଇଲ୍ସ’ ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସା ସାଉଣ୍ଟିବା ପରେ ଜି ଷ୍ଟୁଡିଓଜ ଓ ଲେଖକ-ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଉ ଏକ ହାର୍ଡ-ହିଟିଙ୍ଗ ଫିଲ୍ମ ପେଶ କରିବାକୁ ହାତ ମିଳାଇଛନ୍ତି। ‘ଦ କାଶ୍ମୀର ଫାଇଲ୍ସ’ ୨୦୨୨ ଜାନୁଆରୀ ୨୬ରେ ରିଲିଜ ହେବ। ବିବେକ ଅଗ୍ନିହୋତ୍ରୀ ଚଳିତ ବର୍ଷ ଆରମ୍ଭରେ ପ୍ରତିଷ୍ଠିତ ରାଷ୍ଟ୍ରୀୟ ପୁରସ୍କାର ଜିତିଛନ୍ତି।

‘ଦ କାଶ୍ମୀର ଫାଇଲ୍ସ’ ଏକ ସତ କାହାଣୀ ଉପରେ ଆଧାରିତ ଯାହା କାଶ୍ମିରୀ ପଣ୍ଡିତ ସମ୍ପ୍ରଦାୟର କାଶ୍ମୀର ନରସଂହାରର ପ୍ରଥମ ପିଢ଼ିର ପଣ୍ଡିତଙ୍କ ଭିଡିଓ ଇଣ୍ଟରଭ୍ୟୁ ଉପରେ ଆଧାରିତ। ଏହା କାଶ୍ମୀରୀ ପଣ୍ଡିତମାନଙ୍କ ଯନ୍ତ୍ରଣା, ପୀଡା, ସଂଘର୍ଷ ଏବଂ ଆଘାତର ହୃଦୟ ବିଦାରକ କାହାଣୀ। ଏହି ଫିଲ୍ମ ଲୋକତନ୍ତ୍ର, ଧର୍ମ, ରାଜନୀତି ଓ ମାନବିକତାକୁ ନେଇ ଆଖି ଖୋଲୁଥିବା ତଥ୍ୟ ଉପରେ ପ୍ରଶ୍ନ ଉଠାଉଛି।

ନିର୍ମାତା ସୋମବାର ଦିନ ଫିଲ୍ମର ମୁଖ୍ୟ ଚରିତ୍ର ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ପ୍ରଥମ ମୋଷନ ପୋଷ୍ଟର ରିଲିଜ କରିଛନ୍ତି। ଅନୁପମ ଖେର ଫିଲ୍ମରେ ପୁଷ୍କର ନାଥ ପଣ୍ଡିତଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ପୁଷ୍କର ନାଥ ଫିଲୋସଫିର ଜଣେ ଅବସରପ୍ରାପ୍ତ ପ୍ରଫେସର। ଚରିତ୍ରରେ ଅନୁପମ ଖେରଙ୍କ ସମ୍ବନ୍ଧ ଶ୍ରୀନଗର ସହ ରହିଛି ଯାହାର ପୁଅ-ବୋହୁ ଓ ଦୁଇ ନାତି ଅଛନ୍ତି। ୧୯୯୦ ଜାନୁଆରୀ ୧୯ ର ଭୟଙ୍କର ରାତି, ସେମାନଙ୍କୁ କାଶ୍ମୀରରୁ ପଳାୟନ କରିବାକୁ ପଡିଥିଲା। ଆଗକୁ ସେମାନଙ୍କ ସହ ଯାହା ଘଟିଛି ତାହା ଫିଲ୍ମର କାହାଣୀ।

ପୋଷ୍ଟରର ପ୍ରମୁଖ ବିଶେଷତ୍ୱ ମଧ୍ୟରେ ଗୋଟିଏ ହେଲା ଅନୁପମ ଖେରଙ୍କ ଭଏସଓଭର ଯାହା ତାଙ୍କ ଚରିତ୍ରକୁ ସୁନ୍ଦର ଭାବେ ବର୍ଣ୍ଣନା କରିଛି ଯେ କିଭଳି କାଶ୍ମୀରକୁ ସର୍ବଦା ମୁନି-ଋଷି, ସାଧୁ-ସନ୍ଥଙ୍କ ଭୂମି ରୂପେ ଜଣାଶୁଣା। ଫିଲ୍ମରେ ମିଥୁନ ଚକ୍ରବର୍ତୀ, ଦର୍ଶନ କୁମାର, ପଲ୍ଲବୀ ଯୋଶୀ, ଭାଷା ସୁମ୍ବଲି, ଚିନ୍ମୟ ମଣ୍ଡଲେକର ଭଳି କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Spread the love