ଆଉଟଡୋର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପାଟଣା ସଭାର ସମୀର ହେଲେ ଚମ୍ପିଆନ୍

ପାଟଣା ୨୦/୧୨ :  କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ  ସ୍ବାମ ପାଟଣା ବ୍ୟାଡ ମିଣ୍ଟନ କ୍ଲବ ତରଫରୁ ୨ଦିନିଆ ଆଉଟ ଡୋର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ  ଉଦଯାପିତ ହୋଇଛି। ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ଼ର ଅଦ୍ଧକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାୟକ ଯୋଗ ଦୁଇ ଦଳଙ୍କୁ ଉତ୍ସାହିତ କରିବା ସହ ଟ୍ରଫି ପ୍ରଦାନ କରିଛନ୍ତି

ସମ୍ମାନିତ ଅତିଥି ଭାବରେ  ଶିଳ୍ପପତି ବିବେକାନନ୍ଦ ଦାଶ, ବିଜେଡି ଜିଲ୍ଲାସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜ ଦେଓ, ଶିକ୍ଷକ ନେତା କମଳା କାନ୍ତପତି ଯୋଗଦେଇ ଚମ୍ପିୟାନ ହୋଇଥିବା ପାଟଣା ସରାଭ ସମୀର ଓ ରନର୍ସପ ଚମ୍ପୁଆ ଆକମାଲ ପାର୍ଟନର ଦଳକୁ ଟ୍ରଫି ଦେଇ ପୁରସ୍କୃତ କରିଛନ୍ତି।  ଏହାସହ ଖେଳରେ  ବେଷ୍ଟ ସ୍ମାସର ଭାବେ ଭବେଶ ତ୍ରିପାଠୀ ଓ ଡିଫେଣ୍ଡର ଭାବେ ଇମ୍ରାନଙ୍କୁ ଚୟନ କରି ପୁରସ୍କୃତ କରାଯାଇଛି

Spread the love