ଅନଲାଇନରେ ମିଳିବ ମିଶନ ଶକ୍ତି ସାମଗ୍ରୀ, ଇ-ମାର୍କେଟ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମିଶନ ଶକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । GPLF ଓ BLF ଇସି ସଦସ୍ୟାମାନଙ୍କ ପାଇଁ ମିଟିଂ ଫିସ୍ ଓ ଗସ୍ତ ଭତ୍ତା ଦିଆଯିବ । ଏଥିସହ ମିଶନ ଶକ୍ତି ଇ-ମାର୍କେଟ ପୋର୍ଟାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଖର୍ଚ୍ଚ ହେବ ୨୧୭ କୋଟି ଟଙ୍କା । ଭୁବନେଶ୍ୱରରେ ମିଶନ ଶକ୍ତି ବଜାରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧ କୋଟି ୩୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ରିହାତି ଟଙ୍କାର ଇ-ଟ୍ରାନ୍ସଫର ହେବ । ଏଥିପାଇଁ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । ୭୦ ଲକ୍ଷ ମହିଳା ମିଶନ ଶକ୍ତିରେ ଯୋଡ଼ି ହୋଇଛନ୍ତି ।

ବିପର୍ଯ୍ୟୟ ସମୟରେ ଘରୁ ବାହାରି କାମ କରିଛନ୍ତି ମିଶନ ଶକ୍ତିର ମାଆ ମାନେ । ଏଥିପାଇଁ ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଅର୍ଥ ବିନା ମାଆ ମାନେ ସଶକ୍ତ ହୋଇପାରିବେ ନାହିଁ । ଏଣୁ ସେମାନଙ୍କୁ ଅର୍ଥ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମିଶନ ଶକ୍ତିର ମାଆ ମାନେ । କୌଣସି ପରିବାର, ସମାଜ, ରାଜ୍ୟ ବା ରାଷ୍ଟ୍ର ମହିଳାମାନଙ୍କ ସଶକ୍ତିକରଣ ବିନା କେବେ ବି ଅଗ୍ରଗତି ହାସଲ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Spread the love