ପାକିସ୍ତାନ ଉପରୁ ତୁଟୁଛି ମୋହ, ଭାରତ ପ୍ରତି ବଢୁଛି ନାଗରିକଙ୍କ ଆଗ୍ରହ: ଗୃହରାଜ୍ୟମନ୍ତ୍ରୀ

ନୂଆଦିଲ୍ଲୀ ୨୩।୧୨:  ଯେଉଁ ଦେଶ ପ୍ରାୟ ସମୟ ଭାରତ ସହ ଟକ୍କରନେବାକୁ ଅଣ୍ଟା ଭିଡୁଛି ସେହି ଦେଶର ଅଧିକାଂଶ ନାଗରିକଙ୍କ ପସନ୍ଦ ଭାରତ। ପ୍ରାୟ ୭୦ ପ୍ରତିଶତ ପାକିସ୍ତାନୀ ଚାହାନ୍ତି ଭାରତୀୟ ନାଗରିକତା। କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୁରୁବାର ଲୋକସଭାରେ ଏହା କହିଛନ୍ତି। ସେ କେବଳ କଥାରେ ନୁହେଁ ଏହାର ପ୍ରମାଣ ମଧ୍ୟ ଗୃହରେ ଉପସ୍ଥାପନ କରିଛନ୍ତି। ଏଥିରେ ୧୪ ଡିସେମ୍ବର ୨୦୨୧ ସୁଧା ପାକିସ୍ତାନର ୭ ହଜାର ୩୦୬ ଜଣ ଭାରତୀୟ ନାଗରିକତା ନିମନ୍ତେ ଆବେଦନ କରିଥିବାର ଗୃହକୁ ସୂଚିତ କରିଛନ୍ତି।

ରାୟଙ୍କ ଅନୁସାରେ ନିର୍ଦ୍ଧାରିତ ସମୟ ସୁଧା ଭାରତ ସରକାରଙ୍କୁ ନାଗରିକତା ନିମନ୍ତେ ମୋଟ ୧୦ ହଜାର ୬୩୫ଟି ଆବେଦନପତ୍ର ମିଳିଛି। ଏଥିରୁ ୭୦ ପ୍ରତିଶତ କେବଳ ପାକିସ୍ତାନୀ ବୋଲି ସେ କହିଛନ୍ତି। ଗୃହରାଜ୍ୟମନ୍ତ୍ରୀ କହିଛନ୍ତି ଯେ ଆଫଗାନିସ୍ତାନ, ଶ୍ରୀଲଙ୍କା, ଯୁକ୍ତରାଷ୍ଟ୍ର, ନେପାଳ, ବାଂଲାଦେଶ ସମେତ ଅନ୍ୟ ଦେଶରୁ ଲୋକେ ଭାରତୀୟ ନାଗରିକତା ନିମନ୍ତେ ଆବେଦନ କରୁଛନ୍ତି। ତେବେ ଏହି ସବୁ ଆବେଦନ ଲମ୍ବିତ ଥିବା ବେଳେ ନୂଆ ଆବେଦନରୁ ପାକିସ୍ତାନ ଉପରୁ ଲୋକଙ୍କ ମୋହ ଭଙ୍ଗ ହୋଇସାରିଥିବା ରାୟ କହିଛନ୍ତି।

ଭାରତର ନାଗରିକତା ଲାଗି ଆଫଗାନିସ୍ତାନରୁ ୧ ହଜାର ୧୫୨ଟି ଆବେଦନପତ୍ର ମିଳିଛି। ଆମେରିକା ଓ ଶ୍ରୀଲଙ୍କାରୁ ୨୨୩ଟି ଲେଖାଏଁ ଆବେଦନ ହୋଇଛି। ବାଂଲାଦେଶରୁ ୧୮୯ ଓ ୧୬୧ଟି ଆବେଦନ କରାଯାଇଛି। ୪୮୨ ଜଣ ଯେଉଁମାନେ କୌଣସି ଦେଶର ନାଗରିକ ନୁହନ୍ତି ସେମାନଙ୍କ ଆବେଦନ ବି ମିଳିଛି। ତେବେ ପାକିସ୍ତାନୀ ନାଗରିକଙ୍କ ଆବେଦନ ସଂଖ୍ୟା ଅତିକ୍ରମ କରିଯାଇଛି। ଭାରତର ସରକାର ୨୦୧୮-୨୧ ମଧ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ୩ଟି ଦେଶରୁ ଭାରତୀୟ ନାଗରିକତା ନିମନ୍ତେ ୮ ହଜାର ୨୪୪ଟି ଆବେଦନ ମିଳିଥିଲା। ଏଥିରୁ ୩ ହଜାର ୧୧୭ ଜଣଙ୍କୁ ନାଗରିକତା ପ୍ରଦାନ କରାଯାଇସାରିଥିବାର ରା ଗୃହକୁ କହିଛନ୍ତି।

Spread the love