କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସମେଣ୍ଟ ସରକାରକୁ ଝଟକା

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସମେଣ୍ଟ ସରକାରକୁ ଝଟକା I କର୍ଣ୍ଣାଟକର ଦୁଇ ଜଣ କଂଗ୍ରେସ ବିଧାୟକ ଧାନସଭା ସଭ୍ୟ ପଦରୁ କଲି ଉସତଫା ଦେଇଛନ୍ତି I ଫଳରେ କଂଗ୍ରେସ-ଜେଡିଏସମେଣ୍ଟ ସରକାରକୁ ଶକ୍ତ ଧକ୍କା ଲାଗିଛି I ଇସ୍ତଫା ଦେଇଥିବା ବିଧାୟକ ହେଲେ ବିଧାୟକ ଆନନ୍ଦ ସିଂ ଏବଂ ରମେଶ ଜାରକିହୋଲି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି I

ଗତକାଲି ରାଜ୍ୟପାଳଙ୍କୁ ଭେଟି ସ୍ଥିତି ବିଷୟରେ ଅବଗତ କରାଇବା ସହିତ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି I ତେବେ ଇସ୍ତଫର କାରଣ ସ୍ପଷ୍ଟ କରିନାହାନ୍ତି I ମେଣ୍ଟ ସରକାର ଭାଙ୍ଗିବା ନେଇ ଆଲୋଚନା ଜୋର ଧରିଛି I ବିଜେପି ସ୍ଥିତି ଉପରେ କଡା ଦୃଷ୍ଟି ରଖିଛି I ଯଦି ଏହି ମେଣ୍ଟ ନେତୃତ୍ୱାଧୀନ ସରାଜର ଭାଙ୍ଗିଯାଏ ତା’ହେଲେ ସରକାର ଗଠନ କରିବାକୁ ସେ ପ୍ରସ୍ତୁତ ବୋଲି ରାଜ୍ୟ ବିଜେପି ମୁଖ୍ୟ ବି .ଏସ. ୟଦୁରପ୍ପା କହିଛନ୍ତି I

Spread the love