ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ । ଆଜି ସକାଳ ୯ଟା ୩୦ରେ ଭୁବନେଶ୍ୱରରେ ପରଲୋକ ଘଟିଛି। ପରଲୋକ ନେଇ ସୂଚନା ଦେଲେ ଝିଅ ଅନୀତା ଶୁଭଦର୍ଶିନୀ । ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଟିକେଟ୍‌ରେ ନିର୍ବାଚନ ଜିତିଥିଲେ । ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ୪ଥର ନିର୍ବାଚିତ ହୋଇଥିଲେ । ରାମକୃଷ୍ଣ ପଟ୍ଟନାକ ୨୦୦୦ରୁ ୨୦୦୨ ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ଥିଲେ ।

ସେ ୬ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୧, ୧୯୭୭, ୧୯୮୫, ୧୯୯୦, ୧୯୯୫ ଏବଂ ୨୦୦୦ ମସିହାରେ ରାଜ୍ୟ ବିଧାନେସଭାକୁ ନିର୍ବାଚିତ ହୋଇଥିଲେ । ତେବେ ପ୍ରଥମ ଥର ବିଧାୟକ ହୋଇ ସେ ୧୯୭୧ ରେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ । ୧୯୯୮ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ।

Spread the love