ଭଉଣୀକୁ ଦୁଷ୍କର୍ମ କରି ବ୍ୟବସାୟ ହାତରେ ବିକିଦେଲା

ମୁମ୍ବାଇର ଜଣେ ୧୬ ବର୍ଷିୟା ନାବାଳିକା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କର ଭାଇ ଓ ସାଙ୍ଗମାନେ ଦୁଷ୍କର୍ମ କରିଛନ୍ତି। ଖାଲି ସେତିକି ନୁହେଁ ଏହାପରେ ଭାଇ ତାଙ୍କୁ ଦେହ ବ୍ୟବସାୟରେ ଫସାଇ ଦେଇଛନ୍ତି। ପୀଡ଼ିତାଙ୍କ କହିବା ଅନୁଯାୟୀ ସେ ଗତ ୧୫ ମାସ ହେବ ଏଭଳି ଯନ୍ତ୍ରଣାଦାୟକ ପରିସ୍ଥିତି ମଧ୍ୟରେ ଗତି କରି ଆସୁଛନ୍ତି। ନାବାଳିକା କିଶୋରୀ କହିଛନ୍ତିି ପ୍ରାୟ ୪ ବର୍ଷ ତଳେ ତାଙ୍କୁ ଏକ ପରିବାରର ମୁଖିଆ ନିଜର ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲେ। ତାଙ୍କର ପୁଅ ଓ ସାଙ୍ଗମାନେ ୨୦୧୭ରେ ପ୍ରଥମେ ଦୁଷ୍କର୍ମ କରିଥିଲେ।

ଏହାପରେ ତାଙ୍କୁ ଦେହ ବ୍ୟବସାୟରେ ଫସାଇ ଦେଇଥିଲେ। ଏଥିରୁ ମୁକୁଳିବାଲାଗି ଡାକ୍ତରଙ୍କ ସହ ଆପଏଣ୍ଟମେଣ୍ଟ ଅଛି ବୋଲି କହି କୌଣସିମତେ ଖସି ଆସି ଥାନାରେ ଏଭଳି ଅଭିଯୋଗ ଆଣିଛନ୍ତି ପୀଡ଼ିତା।

Spread the love