ଜାନୁଆରୀ 3ରୁ ପିଲାମାନଙ୍କୁ ଟିକା ଦେବା ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସମ୍ବୋଧିତ କରି  କରିଛନ୍ତି  ଯେ ପିଲାମାନଙ୍କୁ  ଟିକା ଦେବା ପାଇଁ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ବିଶ୍ଵ ସମୁଦାୟ  ଅଞ୍ଚଳ ଭୟଭୀତ । ତେଣୁ ଭୟଭୀତ  ନହୋଇ ସତର୍କ  ଏବଂ ସାବଧାନ  ସହକାରେ ରହିବାକୁ,  ମାସ୍କ ପରିଧାନ, ସାମାଜିକ ଦୁରତ୍ଵ ଏବଂ ଟୀକାକରଣରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କହିଛନ୍ତି।

ଦେଶରେ ଏପର୍ଯ୍ୟନ୍ତ ୧୪୧ ଡୋଜ ଟିକା ଦିଆଯାଇଛି। ୬୧ ପ୍ରତିଶତରୁ ଊର୍ଦ୍ଧ୍ଵ ଲୋକ ଦ୍ଵିତୀୟ ଡୋଜ ଟିକା  ନେଇସାରିଛନ୍ତି।

ତେବେ ଦେଶରେ ୧୫ ବର୍ଷରୁ ୧୮ ବର୍ଷ ପିଲାଙ୍କୁ ଟିକା ଦେବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଜାନୁୟାରୀ ୩ ତାରିଖରୁ ପିଲାଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ  କରିଛନ୍ତି।

ଏହାସହିତ ସମ୍ମୁଖ ଯୁଦ୍ଧା ସ୍ୱାସ୍ଥ୍ୟକର୍ମୀ, ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଏବଂ ବିଭିନ୍ନ ପ୍ରକାର  ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମଧ୍ୟ ଟିକା ଦିଆଯିବ। ସେମାନଙ୍କୁ ଆସନ୍ତା ୧୦ ତାରିଖରୁ ବୁଷ୍ଟରେ ଡୋଜ ଦେବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Spread the love