ବହୁ ପ୍ରତିକ୍ଷିତ ନୂଆ ଦ୍ୱିଭାଷୀ ଚଳଚ୍ଚିତ୍ର ‘ପ୍ରେମ ପ୍ରତୀକ୍ଷା’

ଆଗାମୀ ନୂତନ ବର୍ଷ ୨୦୨୨ ମସିହା ପାଇଁ ଏସ୍‌କେ ମୋଭିଟୋନ ପ୍ରଯୋଜିତ ନୂଆ ବହୁ ପ୍ରତିକ୍ଷିତ ଦ୍ୱିଭାଷୀ (ଓଡ଼ିଆ ଓ ହିନ୍ଦୀ) ଚଳଚ୍ଚିତ୍ରର ଶୁଭ ମହୁରତ୍ ନିକଟରେ ହେବ ବୋଲି କାର୍ଯ୍ୟକ୍ରମ ଚାଲୁ ରହିଛି । ମୁଖ୍ୟ ନାୟକ ଓ ନାୟିକାରେ ସାଗର ଓ ସୋନାଲି ଅଭିନୟ କରୁଥିବାବେଳେ ଓଡ଼ିଶାର ବହୁ ନାମୀ, ଦାମୀ କଳାକାର ଏଥିରେ ଅଭିନୟ କରୁଛନ୍ତି । ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାର ଭାର ବଳିଷ୍ଠ ନିର୍ଦ୍ଦେଶକ ଏନପାଢ଼ୀ ସମ୍ଭାଳିଥିବାବେଳେ ଚିତ୍ର ଉତ୍ତୋଳନରେ ଅଭିଜିତ ଦାସ।  ସଂପାଦନାରେ ପିଣ୍ଟୁ ନାୟକ ଓ ବଳିଷ୍ଠ କାହାଣୀ ଓ ସଂଳାପରେ ସୁପ୍ରିସିଦ୍ଧ ନାଟ୍ୟକାର ଇଂ କିଶୋର ମହାପାତ୍ର ଦାୟିତ୍ୱ ସଂପାଦନ କରୁଛନ୍ତି । ମେଲୋଡି ମେକର ଭେଟେରାନ ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଗୁଡ଼ିକୁ ରଚନା କରିଛନ୍ତି ସୁନାମଧନ୍ୟ ଗୀତିକାର ମୋହିତ ଚକ୍ରବର୍ତ୍ତୀ , ଅରୁଣମନ୍ତ୍ରୀ ଓ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ ବିଷ୍ଣୁ, କ୍ରିଷ୍ଣା ବିହେରା, ଦୀପ୍ତିରେଖା ଓ ସଂଚିତା ପ୍ରିୟର୍ଶୀନୀ ଏବଂ ସିଙ୍ଗର ପିକେ। ମୌଳିକ ବଳିଷ୍ଠ ପାରମ୍ଭରିକ ପ୍ରେମ କାହାଣୀ ଉପରେ ଆଧାରିତ ଏଇ ଚଳଚ୍ଚିତ୍ରରେ ଗୀତ ଗୁଡ଼ିକ ଖୁବ ମନଛୁଆଁ ଓ ହୃଦୟସ୍ପଶୀ ହୋଇଛି। ଚଳଚିତ୍ରଟି ଖୁବ ଲୋକାଦୃତ ହେବବୋଲି ଆଶା କରାଯାଉଛି । ଉଭୟ ପ୍ରେକ୍ଷାଳୟ ଓଟିଟି ଓ ସାଟେଲାଇ ପ୍ଲାଟଫର୍ମରେ ଚଳଚିତ୍ରଟି ମୁକ୍ତିଲାଭ କରିବ ।

Spread the love