ଲଗାଣ ବର୍ଷା ଯୋଗୁଁ ୩୭ ମୃତ

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରାୟ ଗୋଟିଏ ସପ୍ତାହ ଧରି ହୋଇଥିବା ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖନୀ ହୋଇଛନ୍ତି । ମହାରାଷ୍ଟ୍ରର ରାଜଧାନୀରେ ରବିବାର ଠାରୁ ମଙ୍ଗଳବାର ଯାଏଁ ମୁସଳଧାର ବର୍ଷା ଯୋଗୁଁ ୩୭ ଜଣ ମୋଟ ୩୭ ଜଣ ଲୋକ ପ୍ରାଣ ହରାଇଛନ୍ତି । ବର୍ଷା ଯୋଗୁଁ ଲକ୍ଷ ଲକ୍ଷ ମୁମ୍ବାଇବାସୀ ପାଣି ଘେରରେ ଥିବା ବେଳେ ରାସ୍ତାଘାଟ ଗୁଡ଼ିକ ଜଳମଗ୍ନ ହୋଇଯାଇଛି । ମହାରାଷ୍ଟ୍ରରେ ବର୍ଷା ଲାଗି ରହିବା ଫଳରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩୭ ଜଣଙ୍କର ମୃତ୍ୟୁ ଘଟିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମଙ୍ଗଳବାର ସକାଳ ୮ଟା ୩୦ ପୂର୍ବରୁ ପ୍ରାୟ ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷା ହୋଇଥିଲା । ବର୍ଷ ୨୦୦୫ ଜୁଲାଇ ୨୬ ପରଠାରୁ ମୁମ୍ବାଇରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ସ୍ଥିତି ଉଦବେଗଜନକ ହେବାରୁ ମଙ୍ଗଳବାର ସମସ୍ତ କାର୍ଯ୍ୟାଳୟ ଓ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଜରୁରୀ କାମ ନଥିଲେ ଘରୁ ବାହାରକୁ ନଯିବା ପାଇଁ କର୍ତ୍ତୃପକ୍ଷ ପରାମର୍ଶ ଜାରି କରିଥିଲେ । 

ମାଳଦ କାନ୍ଥ ପଡ଼ିବା ଘଟଣାରେ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲା । ବର୍ଷା ପାଣିରେ କାର ଭାଶିଯିବାରୁ ମାଳଦ ଅଂଚଳରେ ୨ ଜଣ ଲେକ ଜୀବନ ହରାଇଥିଲେ । ସେହିପରି ମୁଲୁନ୍ଦରେ ଜଣେ ବିଦ୍ୟୁତ ଜନିତ ସମସ୍ୟାରେ ପ୍ରାଣ ହରାଇଥିବା ବେଳେ କାନ୍ଥପଡ଼ି ଜଣେ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିଲା । ସେହିପରି କଲ୍ୟାଣସ୍ଥିତ ଉର୍ଦ୍ଦୁ ସ୍କୁଲର କାନ୍ଥ ଭୁଶୁଡ଼ି ପଡ଼ିବାରୁ ନିକଟରେ ଏକ ଚାଳଛପର ଘରେ ରହୁଥିବା ୩ ଜଣ ଶ୍ରମିକ ଜୀବନ ହରାଇଥିଲେ । ନାସିକରେ ପାଣିଟାଙ୍କି ଭୁଶୁଡ଼ି ଚାପି ହୋଇଯିବାରୁ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପୁନେ ଅଂଚଳରେ କାନ୍ଥ ଭୁଶୁଡ଼ିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । 

Spread the love