ସୁମିତ-ତପସ୍ବିନୀ ବିବାହ ବିବାଦ ମାମଲା : ଆସନ୍ତା ୪ରେ ମାମଲାର ପରବର୍ତ୍ତୀ ଶୁଣାଣି

ବ୍ରହ୍ମପୁର ୨୭।୧୨: ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ବିବାହ ବିବାଦ ମାମଲାରେ ଜିଲ୍ଲା କୋର୍ଟରେ ସୁମିତଙ୍କ ଅପିଲ ଘଟଣାର ପରବର୍ତ୍ତୀ ଶୁଣାଣି ୪ ତାରିଖକୁ ସମୟ ଧାର୍ଯ୍ୟ ହୋଇଛି । ଭଡା ଘରେ ରଖିବା ଏବଂ ସମସ୍ତ ଦାୟିତ୍ବ ବହନ କରିବା ନିମନ୍ତେ ୨ ଏବଂ ୯ ତାରିଖରେ ଏସଡିଜେଏମ୍ କୋର୍ଟ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ସୁମିତଙ୍କ ଓକିଲ ।

ସେପଟେ ତପସ୍ବିନୀଙ୍କୁ ଚଳିବା ଏବଂ ଭରଣ ପୋଷଣ  ପାଇଁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ଏସଡିଜେଏମ୍ କୋର୍ଟରେ କରାଯାଇଥିବା ଖାରଜ ଆଦେଶକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ତପସ୍ବିନୀଙ୍କ ଓକିଲ।

ଉଭୟ ଘଟଣାରେ ଉଭୟ ପକ୍ଷର ଓକିଲଙ୍କ ଜବାବ ସୁଆଲ ହୋଇଥିବା ବେଳେ ଜିଲ୍ଲା କୋର୍ଟ ପରବର୍ତ୍ତୀ ଶୁଣାଣି ୪ ତାରିଖକୁ ଧାର୍ଯ୍ୟ କରିଥିବା ଓକିଲ ସୂଚନା ଦେଇଛନ୍ତି ।

Spread the love