କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ହେଲେ ମୋତିଲାଲ ଭୋରା

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ଶ୍ରୀ ଭୋରା ଦଳର ସବୁକଥା ବୁଝିବେ।

ମୋତିଲାଲ ଭୋରେ 2015=4ରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି। 1988ରେ ସେ ପ୍ରଥମଥର ରାଜ୍ୟସଭାକୁ ଯାଇଥିଲେ। ସେହିପରି 1985,1988 ଓ 1989ରେ ସେ କିଛି ସମୟ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। 1993 ମେ’ 16 ରୁ 1996 ମସିହା ମେ’ 3 ତାରିଖ ଯାଏ ଶ୍ରୀ ଭୋରା ଉତ୍ତର ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Spread the love