ବାସ୍ତୁ ଅନୁଯାୟୀ ନୂଆ ବର୍ଷରେ ବ୍ୟବସାୟ ବୃଦ୍ଧି

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଥିବା ସ୍ଥାନ ଖାଇବା ପିଇବା ପାଇଁ ଉଦ୍ଦିଷ୍ଟ ନୁହେଁI ଆମେ ଯଦି ପୂର୍ବ ମୁଖ କରି କିମ୍ବା ଉତ୍ତର ମୁଖ କରି ଖାଉ ତାହା ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ I କିନ୍ତୁ ଗୃହ କର୍ତ୍ତା ଭୁଲ ରେ ମଧ୍ୟ ଦକ୍ଷିଣ ମୁଖ କରି ଖାଇବାକୁ ବସିବେ ନାହିଁ Iତେଣୁ ଆମେ ଯଦି ପଶ୍ଚିମ ରେ ବସି ପୂର୍ବକୁ ମୁଖ କରି ଖାଉ କିମ୍ବା ଦକ୍ଷିଣ ରେ ବସି ଉତ୍ତର ମୁଖ କରି ଖାଉ ଏହା ବି ଠିକ ହୋଇଥାଏ I ଏକଥା ପୁରାଣରେ ମଧ୍ୟ ବର୍ଣ୍ଣିତ।ଏହା ବ୍ୟତୀତ, ବ୍ୟବସାୟ ସ୍ଥାନରେ ବସିବା ପାଇଁ ସଠିକ୍ ଦିଗ ହେଉଛି ଦକ୍ଷିଣ-ପଶ୍ଚିମ I ଏହି ଦିଗରେ ଅନ୍ୟ କୌଣସି କାର୍ଯ୍ୟ କଲେ ଅସୁବିଧା ସୃଷ୍ଟି ହୋଇଥାଏ I
ମହିଳାମାନଙ୍କ ପୋଷାକ ସମ୍ବନ୍ଧୀୟ ଆଲମାରୀ ରଖିବା ପାଇଁ ଦକ୍ଷିଣ ଏବଂ ପୂର୍ବ ପାର୍ଶ୍ୱ ଭଲ I ଏହା ବ୍ୟତୀତ ଉତ୍ତର ଏବଂ ପୂର୍ବ ସ୍ଥାନଗୁଡିକ ମନୋରଞ୍ଜନ ସମ୍ବନ୍ଧୀୟ ଯଥା ଟିଭି କିମ୍ବା ମ୍ୟୁଜିକ ସିଷ୍ଟମରଖିବା ପାଇଁଭଲ ହୋଇଥାଏ I
ବାସ୍ତୁ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମଧ୍ୟରେ ଥିବା କୋଣକୁ ଖାଲି ରଖିବା ଉଚିତ୍ ନୁହେଁ।ଆହୁରି ମଧ୍ୟ, ଉତ୍ତରରୁ ପୂର୍ବ ଦିଗକୁ ସର୍ବଦା ସଫା ରଖନ୍ତୁ, ନଚେତ୍ ବ୍ୟବସାୟରେ ଅସୁବିଧା ହୋଇପାରେ I

କର୍ମକ୍ଷେତ୍ରରେ ପୂଜା ପାଇଁ ଉତ୍ତର-ପୂର୍ବ ସ୍ଥାନ ଭଲ I ଏହା ବ୍ୟତୀତ ପୂର୍ବ ଏବଂ ଉତ୍ତରର ସ୍ଥାନ ରେ ବ୍ୟବସାୟ ସମ୍ବନ୍ଧୀୟ କାହାକୁ ସାକ୍ଷାତ କରିବା ଅତ୍ୟନ୍ତ ଶୁଭ ହୋଇଥାଏ I ଏହି ସ୍ଥାନର କାନ୍ଥକୁ ହାଲୁକା ରଙ୍ଗରେ ରଙ୍ଗ କରିବା ଭଲ I କେବଳ କ୍ୟାବିନରେ ସବୁଜ ରଙ୍ଗ ବ୍ୟବହାର କରନ୍ତୁ I
କର୍ମକ୍ଷେତ୍ରରେ ବସିବା ସ୍ଥାନ ଏପରି ହେବା ଉଚିତ ଯେ ବସିବାବେଳେ ଆପଣଙ୍କ ପିଠି ମୁଖ୍ୟ ଦ୍ୱାର ଆଡକୁ ନଥାଏ I ମୁଖ୍ୟ ଫାଟକ ମଧ୍ୟ ସଫା ହେବା ଉଚିତ୍ I ପ୍ରବେଶ ପଥରେ ଗୋଟିଏ ପାର୍ଶ୍ୱରେ କଳା ସ୍ଫଟିକକୁ ଏକ ଷ୍ଟିଲ୍ ପ୍ଲେଟରେ ରଖନ୍ତୁ। ଏହା ଦ୍ୱାରା ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ I

Spread the love