କରୋନା କବଳରେ ବଲିଉଡ ଅଭିନେତ୍ରୀ ନୋରା ଫତେହୀ

ବଲିଉଡ ଜଗତରେ ଜଣଙ୍କ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ କରୋନା ଆକ୍ରାନ୍ତ ହେଉଥିବାର ଖବର ସାମ୍ନାକୁ ଆସୁଛି। ଗତକାଲି ଅର୍ଜୁନ କପୁର କରୋନା ଆକ୍ରାନ୍ତ ହୋଇଥିଲେ। ଆଜି ଦିଲବର ଗାର୍ଲ ନୋରା ଫତେହୀଙ୍କ କରୋନା ରିପୋର୍ଟ ପଜିଟିବ ଥିବା ଜଣାପଡ଼ିଛି। ସେ ଏବେ ଗୃହ ସଙ୍ଗରୋଧରେ ଅଛନ୍ତି। ନୋରାଙ୍କ ମୁଖପାତ୍ର ଜାରି କରିଥିବା ବୟାନରେ କୁହାଯାଇଛି ଡିସେମ୍ବର ୨୮ ତାରିଖରୁ ସେ କରୋନା ସଂକ୍ରମିତ ଅଛନ୍ତି।

ନୋରା ସୋସିଆଲ ମିଡିଆରେ ଲେଖିଛନ୍ତି “ଦୁର୍ଭାଗ୍ୟ ବଶତଃ ମୁ ଏବେ କରୋନା ସହିତ ଲଢ଼ୁଛି । ଏହା ସତରେ ମୋତେ ବହୁତ ପ୍ରଭାବିତ କରିଛି। ବର୍ତ୍ତମାନ ମୁ ଡାକ୍ତରଙ୍କ ଦେଖାରଖାରେ ଅଛି। ଦୟାକରି ଆାପଣ ସମସ୍ତେ  ସୁରକ୍ଷିତ ରହନ୍ତୁ, ମାସ୍କ ପିନ୍ଧନ୍ତୁ, ଏହା କାହାକୁବି ହୋଇପାରେ। ଜୀବନ ଠାରୁ ଜରୁରି କିଛି ନୁହଁ” ।

ସର୍ବପ୍ରଥମେ କରୀନା କପୁର ଓ ଅମୃତା ଆରୋରାଙ୍କ କରୋନା ରିପୋର୍ଟ ପଜିଟିବ ଆସିଥିଲା। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର କରୋନା ପରୀକ୍ଷା କରାଯାଇଥିଲା । ଏହାପରେ ଅନେକ ବଲିଉଡ ତାରକାଙ୍କର ରିପୋର୍ଟ ପଜିଟିବ ଆସିଥିଲା। କପୁର ପରିବାରରେ ଅଂଶୁଲା କପୁର, ରିୟା କପୁରଙ୍କର ରିପୋର୍ଟ ମଧ୍ୟ ପଜିଟିବ ଆସିଥିଲା।

ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମଣ ସଂଖ୍ୟା ସବୁଠୁ ଅଧିକ ରହିଛି। । ମୁମ୍ବାଇରେ ଓମିକ୍ରନ ଓ କରୋନା ବଢ଼ୁଥିବାରୁ ଏହାର ପ୍ରଭାବ ଫିଲ୍ମ ସୁଟିଂରେ ପଡ଼ିଛି। କରୋନା ସଂକ୍ରମଣକୁ ଦେଖି ମୁମ୍ବାଇରେ ରାତ୍ରୀ କାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି।ସେଥିପାଇଁ ସିନେମା ରିଲିଜ ମଧ୍ୟ ସ୍ଥଗିତ କରାଯାଇଛି।

Spread the love