ଘଟଗାଁ ତାରିଣୀ ପୀଠରେ ମା’ଙ୍କ ସୁନାବେଶ, ଦର୍ଶନ ନପାଇ ଶ୍ରଦ୍ଧାଳୁ ନିରାଶ

ଘଟଗାଁ ୧।୧: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ପୀଠରେ ନବବର୍ଷ ଅବସରରେ ମା’ଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ସକାଳୁ ମା’ଙ୍କ ପୀଠରେ ମାଜଣା, ମଙ୍ଗଳ ଆଳତୀ,ଷୋଡସ ଉପଚାରରେ ପୂଜା ହେବା ସହିତ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା ।

ପ୍ରତ୍ୟେକ ବର୍ଷ ନବବର୍ଷରେ ମା’ଙ୍କ ସୁନାବେଶ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ମା’ଙ୍କ ପୀଠକୁ  ଆସିଥାନ୍ତି । କିନ୍ତୁ କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତମାନେ ମା’ଙ୍କ ସୁନାବେଶ ଦର୍ଶନ ପାଇବାରୁ ବଞ୍ଚିତ ରହି ନିରାଶ ହୋଇ ଫେରୁଛନ୍ତି ।

Spread the love