ପୁରୀରେ ନୂଆ ଡିଜିପି ସୁନୀଲ କୁମାର ବଂଶଲ, ପତ୍ନୀଙ୍କ ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ: ପୁରୀରେ ନୂଆ ଡିଜିପି ସୁନୀଲ କୁମାର ବଂଶଲ। ଦାୟିତ୍ୱ ଗ୍ରହଣ କରିବା ପରେ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ଆଶା ବହୁ ଦିନ ସ୍ୱପ୍ନ ଥିଲା, ତାହା ଆଜି ପୂରଣ ହୋଇଛି ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶଲ।

ଡିଜିପିଙ୍କ ସହ ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ରାଧାକୃଷ୍ଣ ଶର୍ମା ଓ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ଶ୍ରୀଜିଉଙ୍କ ଦର୍ସନ କରିଛନ୍ତି। ପୁରୀରେ ପହଞ୍ଚିବା ପରେ ବଡଦାଣ୍ଡରେ ନୂଆ ଡିଜିପିଙ୍କୁ ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ। ଗତ ୩୧ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ ସୁନୀଲ କୁମାର ବଂଶଲ।

Spread the love