୮୮ ଜଣ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପଦୋନ୍ନତି

ପାଟଣା, ୦୩/୦୧: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସୋମବାର  ସନ୍ଧ୍ୟାରେ ବ୍ଲକର କାର୍ଯ୍ୟରତ ୮୮ଜଣ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ମିଳିଛି । ୮୨ ଜଣ ଶିକ୍ଷକଙ୍କୁ ବରିଷ୍ଠ ବର୍ଗରେ, ୨ ଜଣଙ୍କୁ ଲେବୁଲ ୩ ଓ ୪ ଜଣଙ୍କୁ ଲେବୁଲ ୫କୁ ପଦୋନ୍ନତି ଦିଆଯାଇଛି। କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ବିଇଓ ପୂର୍ଣ୍ଣ ଚଦ୍ର ଅମାତ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚିଦାନନ୍ଦ ସେଠୀ, ଗୌରାଙ୍ଗ ଖିଲାର, ଜ୍ଞାନେନ୍ଦ୍ର ସାହୁ, ଶିକ୍ଷକ ନେତା କମଳାକାନ୍ତ ପତି, ବିଜନ କୁମାର ପରିଡା, ପ୍ରମୋଦ କୁମାର ମାହାନ୍ତ, ବରିଷ୍ଠ ଶିକ୍ଷକ ଭବାନୀ ଶଙ୍କର ମହାନ୍ତ ଓ ସନ୍ତୋଷ କୁମାର ନାଏକ ପ୍ରମୁଖ ଯୋଗ ଦେଇ ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ପ୍ରମାଣ ପତ୍ର ଦେଇଛନ୍ତି।

Spread the love