ପରଲୋକରେ ଶତାୟୁ ଭାଇସ ଆଡମିରାଲ୍, ବୁଧବାର ଶେଷକୃତ୍ୟ

ଭୁବନେଶ୍ୱର ୦୪/୦୧: ଶତାୟୁ ଭାଇସ୍‌ ଆଡମିରାଲ ଏସ୍‌ଏଚ୍‌ ଶର୍ମା, ପିଭିଏସ୍‌ଏମ୍‌ଙ୍କ ସୋମବାର ସନ୍ଧ୍ୟା ୬ଟା୨୦ରେ ପରଲୋକ ହୋଇଛି । ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଶର୍ମା ଗତ ୧୦ଦିନ ହେବ ଅସୁସ୍ଥ ଥିଲେ । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ସେ ୨୦୨୧ ଡିସେମ୍ବର ୧ ତାରିଖରେ ୧୦୦ତମ ଜନ୍ମଦିନ ପାଳନ କରିଥିଲେ । ଆଡମିରାଲ୍‌ ଶର୍ମାଙ୍କ ମୃତଦେହକୁ ମଙ୍ଗଳବାର ସାଢ଼େ ୧୨ଟାରେ ନ୍ୟାଭିହାଉସ୍‌, ଏ/୯, ନୀଳକଣ୍ଠ ନଗରସ୍ଥିତ ବାସଭବନକୁ ଅଣାଯିବ । ସେଠାରେ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଶେଷଦର୍ଶନ କରିବେ । ଏହାର ପରଦିନ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।

ଆଡମିରାଲ୍‌ ଶର୍ମାଙ୍କ ମୃତଦେହକୁ ମଙ୍ଗଳବାର ସାଢ଼େ ୧୨ଟାରେ ନ୍ୟାଭିହାଉସ୍‌, ଏ/୯, ନୀଳକଣ୍ଠ ନଗରସ୍ଥିତ ବାସଭବନକୁ ଅଣାଯିବ । ସେଠାରେ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଶେଷଦର୍ଶନ କରିବେ । ଏହାର ପରଦିନ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ । ଆଡମିରାଲ୍‌ ଶର୍ମା ମାତ୍ର ୧୩ ବର୍ଷ ବୟସରେ ଏଚ୍‌ଏମ୍‌ଏସ୍‌ ଡଫରିନ୍‌ର ଯୁବ କ୍ୟାଡେଟ୍‌ ହେବାର ସୁଯୋଗ ପାଇଥିଲେ । ସେ ୧୯୬୫, ୧୯୭୧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାଗ ନେବାର ଗୌରବ ଅର୍ଜନ କରିଥିଲେ ।

ଆଜାଦୀ କା ଅମୃତ ମହୋତ୍ସବରେ ଯୋଗ ଦେବା ପାଇଁ ସେ ନିକଟରେ ଦିଲ୍ଲୀ ଯାଇଥିଲେ । ସ୍ୱର୍ଗତ ଶର୍ମାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଭାଇସ୍‌ ଆଡମିରାଲ୍‌ ଶର୍ମାଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ୍‌ କରିଛନ୍ତି ଯେ, ଓଡ଼ିଶାର ସୁପୁତ୍ର ଶତାୟୁ ସାମରିକ ଅଧିକାରୀ ଭାଇସ୍‌ ଆଡମିରାଲ୍‌ ଏସ୍‌.ଏଚ୍‌. ଶର୍ମାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।

ବିଶେଷ ଭାବରେ ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ତାଙ୍କର ନେତୃତ୍ୱକୁ ଏ ଦେଶ କେବେ ବି ଭୁଲିପାରିବ ନାହିଁ । ଧର୍ମେନ୍ଦ୍ର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।ଏଥିସହ ବହୁ ସାମରିକ ଅଧିକାରୀ ଆଡମିରାଲ୍‌ ଶର୍ମାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Spread the love