ଫ୍ରୋଜିଟ୍ ଫ୍ରାଞ୍ଚାଇଜ୍ ମଡ଼େଲ ଏବଂ ଇ-କମର୍ସ ପ୍ଲାଟଫର୍ମର ଲୋକାର୍ପଣ

ଭୁବନେଶ୍ଵର ୦୫।୦୧: ଭୁବନେଶ୍ୱରସ୍ଥିତ ହୋଟେଲ ମେ ଫେୟାର ପରିସରରେ ଓଡ଼ିଶାର ନଂ-୧ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ଫ୍ରୋଜିଟ୍ ଆନୁକୂଲ୍ୟରେ “ଫ୍ରୋଜିଟ୍ ମିଟ୍ ଦି ପ୍ରେସ – ୨୨” ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ଭାରତର ଅନ୍ୟତମ ଶ୍ରେଷ୍ଠ ତଥା ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ରୁଚି ଫୁଡ଼ ଲାଇନର ଅନ୍ୟତମ ଶାଖା ଫ୍ରୋଜିଟ୍ ଚଳିତ ବର୍ଷ ତାର ଭିତ୍ତିଭୂମିକୁ ବିସ୍ତାର କରିବା ପାଇଁ ତଥା ଖାଉଟିମାନଙ୍କୁ ସୁବିଧାରେ ଏବଂ ସହଜରେ ବିଭିନ୍ନ ଜିନିଷ ଅନଲାଇନ ପ୍ଲାଟଫର୍ମରେ ଯୋଗାଇଦେବା ପାଇଁ ପ୍ରୟାସ ଆରମ୍ଭ କରିଛି। ତାର ପ୍ରତିଫଳନ ରୂପରେଖ “ଫ୍ରୋଜିଟ୍ ମିଟ୍ ଦି ପ୍ରେସ-୨୨”।

ଆଜି ସକାଳର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ନିର୍ଦ୍ଦେଶିକା ରଶ୍ମି ସାହୁଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନ କରିଥିଲେ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି, ମସଲା ଜଗତର ମଉଡ଼ମଣି ତଥା ରୁଚି ଫୁଡ଼ଲାଇନର ପରିଚାଳନା ନିର୍ଦ୍ଦେଶକ ଡ଼. ଶରତ କୁମାର ସାହୁ। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ନିର୍ଦ୍ଦେଶକ ଅରବିନ୍ଦ ସାହୁ । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓଡ଼ିଶାର ପ୍ରଥମ ଫ୍ରୋଜନ ଫୁଡ୍ସ୍ (ରେଡ଼ି ଟୁ ଇଟ୍‌) ପ୍ରତିଷ୍ଠାନ ଫ୍ରୋଜିଟ୍ ଉପରେ ସର୍ମପିତ ବୃତ୍ତ ଚିତ୍ର ମାଧ୍ୟମରେ ।

ଫ୍ରୋଜିଟ୍ ପ୍ରତିଷ୍ଠାତା ତଥା ଓଡ଼ିଶାର ସଫଳ ମହିଳା ଉଦ୍ୟୋଗୀ ଶ୍ରୀମତୀ ରଶ୍ମି ସାହୁ ସ୍ୱାଗତ ସୂଚନା ଦେଇଥିବା ବେଳେ, ଓଡ଼ିଶାରେ ଫ୍ରୋଜିଟ୍ ଆରମ୍ଭର ସଫଳ ଯାତ୍ରା ସମ୍ପର୍କରେ ଆଲୋକପାତ ମଧ୍ୟ କରିଥିଲେ । ୨୦୧୨ରେ ଓଡ଼ିଶାରେ ଜନ୍ମ ନେଇଥିବା ଫ୍ରୋଜିଟ୍ ୧୦ ବର୍ଷ ମଧ୍ୟରେ ବିଭିନ୍ନ ପ୍ରିମିୟମ, ସ୍ୱାସ୍ଥ୍ୟପଯୋଗୀ, ମୃଦୁପାନୀୟ, ବେକରୀ, ଫ୍ରୋଜନ ଫୁଡ୍ସ, ରେଡ଼ି ଟୁ ଇଟ୍‌, ରେଡ଼ି ଟୁ କୁକ୍ ଖାଦ୍ୟ ପ୍ରସ୍ତୁତ କରି ବେଶ ଲୋକାଦୃତ ହୋଇପାରିଛି ବୋଲି ପ୍ରକାଶ କରିଥିଲେ ଶ୍ରୀମତୀ ରଶ୍ମି ସାହୁ । ଆଜି ଏହି ଅବସରରେ ଫ୍ରୋଜିଟ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଫ୍ରା­ାଇଜ୍ ମଡ଼େଲ ଉଦ୍‌ଘାଟନ କରାଯାଇଥିବା ବେଳେ ଏହି ମଡ଼େଲ ଓଡ଼ିଶାରେ ଯୁବ ବ୍ୟବସାୟୀଙ୍କୁ ଏକ ସୁନ୍ଦର ପ୍ଲାଟଫର୍ମ ଯୋଗାଇବ ବୋଲି ପ୍ରକାଶ କରିଥିଲେ ଶ୍ରୀମତୀ ସାହୁ । ଅଳ୍ପ ଅର୍ଥ ବିନିଯୋଗରେ ଓଡ଼ିଶାରେ ଓଡ଼ିଆ ଯୁବପିଢ଼ୀ ଏକ ସୁନ୍ଦର କ୍ୟାରିୟର ଗଢ଼ିପାରିବେ ଏହି ମଡ଼େଲ ମାଧ୍ୟମରେ ।

ଆଜିର କାର୍ଯ୍ୟକ୍ରମର ଆକର୍ଷଣ ଥିଲା ଫାର୍ମ-ବି ପ୍ରଡ଼କ୍ଟସର ଶୁଭ ଉନ୍ମୋଚନ । ରୁଚି ଓ ଫ୍ରୋଜିଟ୍‌ର ସଫଳତା ପରେ ଫାର୍ମ-ବି ଖାଦ୍ୟ ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ଖାଉଟିମାନଙ୍କୁ ବେଶ୍ ଉତ୍ସାହିତ କରିବ ବୋଲି ପ୍ରକାଶ କରିଥିଲେ ଡ଼. ଶରତ କୁମାର ସାହୁ । ଫାର୍ମ-ବି ପ୍ରଡ଼କ୍ଟସ ମାଧ୍ୟମରେ ଓଟସ, କନଫ୍ଲେକ୍ସ, ମ୍ୟୁସେଲି, ଚକୋଚିପ୍ସ ବେଶ ଗ୍ରହଣୀୟ ଓ ଆଦରଣୀୟ ହୋଇପାରିବ ବୋଲି ଆୟୋଜକମାନେ ଆଶାବ୍ୟକ୍ତ କରିଛନ୍ତି ।

ଏତଦ୍ ବ୍ୟତୀତ ଆଜିର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଫ୍ରୋଜିଟ୍‌ର ଇ-କମର୍ସ ପ୍ଲାଟଫର୍ମକୁ ଲୋକାର୍ପଣ କରିଥିଲେ ରୁଚି ଫୁଡ଼ଲାଇନ୍‌ର ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅରବିନ୍ଦ ସାହୁ। ଆଜିଠାରୁ ଫ୍ରୋଜିଟ୍‌ର ଅଗଣିତ ଖାଉଟି, ନିଜ ଘରେ ବସି ସ୍ୱଳ୍ପ ସମୟ ମଧ୍ୟରେ ନିଜ ପସନ୍ଦ ମୁତାବକ ବିଭିନ୍ନ ରୁଚିକର ଜିନିଷ କିଣିପାରିବେ ବୋଲି ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ସାହୁ ।

ଅନେକ ଖାଉଟିମାନେ ଫ୍ରୋଜିଟ୍‌କୁ ଯେଉଁ ଭଲପାଇବା ଦେଇଛନ୍ତି, ତାହା ବାସ୍ତବରେ ଅବର୍ଣ୍ଣନୀୟ। ଆମେ ସବୁବେଳେ ଆମ ଖାଉଟିମାନଙ୍କ ନିକଟରେ କୃତଜ୍ଞ ବୋଲି ପ୍ରକାଶ କରିଥିଲେ ନିର୍ଦ୍ଦେଶିକା ରଶ୍ମି ସାହୁ । ଫ୍ରୋଜିଟ୍ ଫ୍ରା­ାଇଜ୍ ମଡ଼େଲ, ଫ୍ରୋଜିଟ୍ ଇ-କର୍ମସ ପ୍ଲାଟଫର୍ମ, ଫାର୍ମ-ବି ଉତ୍ପାଦ ଗୁଡ଼ିକ ନିଶ୍ଚୟ ସମସ୍ତଙ୍କ ଦ୍ୱାରା ଆଦୃତ ହେବା ସହ ଆଗାମୀ ଦିନରେ ଆହୁରି ଅନେକ ନୂତନତ୍ୱ ଆପଣେଇବା ପାଇଁ ଫ୍ରୋଜିଟ୍ ବଦ୍ଧପରିକର ବୋଲି ପ୍ରକାଶ କରିଥିଲେ ଅନୁଷ୍ଠାନର କର୍ମକର୍ତ୍ତାମାନେ ।

ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପିକା ମାନସି, ଉପସ୍ଥାପକ ଉଲ୍ଲାସ, ସଂଯୋଜନା କରିଥିବା ବେଳେ ସହଯୋଗ କରିଥିଲେ ଜ୍ୟୋତପ୍ରିତ ସିଂହ । ସୂଚାରୁରପେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଫ୍ରୋଜିଟର ପ୍ରଡକ୍ସନ ବିଭାଗୀୟ ପ୍ରବନ୍ଧିକା ଶିଳ୍ପା ଦାଶ, ଉପ-ପ୍ରବନ୍ଧିକା ଆଦ୍ୟାଶା ପଟ୍ଟନାୟକ, ଅର୍ଥ ବିଭାଗୀର ବରିଷ୍ଠ ପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର, ଲୋକ ସମ୍ପର୍କ ବିଭାଗର ଅଧିକାରିଣୀ ଦେବସ୍ମିତା ମିଶ୍ର ଓ ସାଗନିକା ମହାପାତ୍ର । ଟିମ ହ୍ୱାଇଟକାନଭାସ ପକ୍ଷରୁ ଇଭେଚା ପରିଚାଳନା କରିଥିଲେ ଚିଚାୁ ମିଶ୍ର, ସୌମ୍ୟଜିତ ପରିଡ଼ା, ଅମୃତରଂଜନ ଦାଶ, ଜ୍ଞାନ ରଂଜନ ରାୟ, ସନ୍ତୋଷ ନାୟକ ଓ ପତିତ ପାବନ ପଣ୍ଡା ।

Spread the love