ମା’ଙ୍କୁ ଜିଅନ୍ତା ଜାଳିଦେଲା ପୁଅ

ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅଞ୍ଚଳରେ ମା’ ଶୋଇଥିବା ଅବସ୍ଥାରେ ଜିଅନ୍ତା ଜାଳି ଦେଇଛି ପୁଅ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବେଲପଡ଼ା ଥାନା ଅନ୍ତର୍ଗତ ରାଢ଼ବାହାଲ ଗାଁର ସ‌ନ୍ତୋଷ ଖରସେଲ (୪୨) ଶନିବାର ସକାଳ ୫ଟାରେ ପାରିବାରିକ କଳହକୁ କେନ୍ଦ୍ର କରି ତା’ର ବାପା ରୂପୀ ଖରସେଲ (୮୦)ଙ୍କୁ ଠେଙ୍ଗାରେ ବାଡ଼େଇଥିଲା। ରୂପୀ ଘରୁ ପଳାଇ ଯାଇ ଗାଁ ଲୋକଙ୍କୁ ଡାକିଥିଲେ। ଏହି ସମୟ ମଧ୍ୟରେ ସନ୍ତୋଷ ସତେ ‌େଯମିତି ପିଶାଚ ପାଲଟି ଯାଇଥିଲା। ଘରେ ଶୋଇଥିବା ତା’ର ମା’ ଆଶାମତୀ ଖରସେଲ (୭୫)ଙ୍କ ଦେହରେ କି‌ରୋସିନ ଢାଳି ନିଆଁ ଲଗାଇ ଦେଇଥିଲା। ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ମଧ୍ୟ ପହଞ୍ଚିଥିଲେ। ତେବେ ସେତେବେଳକୁ ଆଶାମତୀଙ୍କ ମୃତ୍ୟୁ ହୋଇ ସାରିଥିଲା। ଏ ସଂପର୍କରେ ବେଲପଡ଼ା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଫେରାର୍‌ ଥିବା ଅଭିଯୁକ୍ତ ସନ୍ତୋଷକୁ ପୁଲିସ କାବୁ କରିଛି।

Spread the love