ପେଟ ପାଇଁ ରାମବାଣ ଭୃଶୁଙ୍ଗ ପତ୍ର: ଜାଣନ୍ତୁ ଏହାର ଔଷଧୀୟ ଗୁଣ

ସମସ୍ତ ଭାରତୀୟମାନଙ୍କ ରୋଷେଇ ଘରେ ଭୃଷୁଙ୍ଗ ପତ୍ରର ବ୍ୟବହାର ହୋଇଥାଏ। ଏହା ଖାଇବାରେ ସ୍ବାଦ ଏବଂ ବାସ୍ନାକୁ ବଢ଼ାଇଥାଏ। ଭୃଶୁଙ୍ଗ ପତ୍ରରେ ରହିଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ। ଆୟୁର୍ବେଦରେ ଭୃଷୁଙ୍ଗ ପତ୍ରକୁ ପେଟରୋଗ ପାଇଁ ରାମବାଣ କୁହାଯାଇଥାଏ। ତେବେ ବସନ୍ତୁ ଜାଣିବା ଏହାର କେତେକ ଔଷଧୀୟ ଗୁଣ

୧.ପାଚନ କ୍ରିୟାକୁ ନିୟନ୍ତ୍ରଣରେ ରଖିଥାଏ:

ଭୃଷୁଙ୍ଗ ପତ୍ରରେ ବାୟୁନାଶୀ ଗୁଣ ରହିଥାଏ ଯାହା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ଦୂରରେ ରଖିଥାଏ। ଭୃଷୁଙ୍ଗ ପତ୍ର ଆଣ୍ଟି ବ୍ୟାକ୍ଟେରିଆ ଭଳି କାମ କରିଥାଏ ଯେଉଁଥିରେ ସମସ୍ତ ପ୍ରକାର ପେଟ ରୋଗ ଭଲ ହୋଇଯାଇଥିାଏ।

୨.ତ୍ବଚା ସଂକ୍ରମଣକୁ ରୋକିଥାଏ:

ଭୃଷୁଙ୍ଗ ପତ୍ରରେ ଆଣ୍ଟି ଅକ୍ସିଡାଣ୍ଟ,ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି ଫଙ୍ଗସର ଗୁଣ ରହିଥାଏ ଯାହା ତ୍ବଚାକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ।

୩.ଦୃଷ୍ଟି ଶକ୍ତି ବଢ଼ାଇଥାଏ:

ଏଥିରେ ଭିଟାମିନ୍-ଏ ରହିଛି ଯାହା ଆମ ଆଖି ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ। ଭିଟାମିନ୍-ଏ ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ ଯାହା ଦ୍ବାରା ଆଖିର ଦୃଷ୍ଟିଶକ୍ତି କମିଯାଇଥାଏ। ଖାଲି ପେଟରେ ଭୃଶୁଙ୍ଗ ପତ୍ର ଖାଇବା ଦ୍ବାରା ଆଖିର ଦୃଷ୍ଟି ଶକ୍ତି ବଢ଼ିଥାଏ।

୪.ଡାଇରିଆରୁ ମୁକ୍ତି ଦେଇଥାଏ:

ଭୃଷୁଙ୍ଗ ପତ୍ର ପେଟରେ ପିତ୍ତ ଦୋଷକୁ ଦୂର କରିଥାଏ। ଭୃଷୁଙ୍ଗ ପତ୍ରକୁ ବାଟି ଏହାର ରସକୁ କ୍ଷୀରରେ ମିଶାଇ ଦିନକୁ ଦୁଇ ତିନିଥର ପିଇବା ଦ୍ବାରା ମଧ୍ୟ ତରଳ ଝାଡ଼ାରୁ ଉପଶମ ମିଳିଥାଏ।

୫.ଚୁଟି ସମସ୍ୟାରୁ ମୁକ୍ତି ଦେଇଥାଏ:

ଭୃଷୁଙ୍ଗ ପତ୍ରରେ ଥିବା ପୋଷକ ତତ୍ତ୍ବ ଦ୍ବାରା ଶୀଘ୍ର ବାଳ ପାଚିନଥାଏ। ଚୁଟି ଝଡ଼ିବା ସମସ୍ୟା ମଧ୍ୟ କମିଯାଇଥାଏ। ଏହା ରୁପି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

ଓଜନ କମାଇଥାଏ:

ଖାଲି ପେଟରେ ଭୃଶୁଙ୍ଗ ପତ୍ର ଖାଇବା ଦ୍ବାରା ଓଜନ କମିଥାଏ। ଏଥିପାଇଁ ପାଣିରେ ୧୦/୨୦ଟି ଭୃଷୁଙ୍ଗ ପତ୍ର ଫୁଟାଇ ଦିଅନ୍ତୁ। ଏହା ପରେ ଏଥିରେ ଲେମ୍ବୁ ଏବଂ ମହୁ ମିଶାଇ ପିଇ ଦିଅନ୍ତୁ। ପ୍ରତିଦିନ ଖାଲି ପେଟରେ ଏହାକୁ ପିଅନ୍ତୁ।

Spread the love