ସୁମା ରିଅଲ୍‌ ମିଡିଆ ପ୍ରଯୋଜିତ ‘ମନ ମୋ ନେଇଗଲୁ ରେ’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ

ଭୁବନେଶ୍ୱର ୦୮/୦୧: ସୁମା ରିଅଲ୍‌ ମିଡିଆ ପ୍ରଯୋଜିତ ‘ମନ ମୋ ନେଇଗଲୁ ରେ’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଚଳଚ୍ଚିତ୍ରକୁ ୨୦୨୧ ବର୍ଷ ପାଇଁ ବସନ୍ତ ନାୟକ ସ୍ମାରକୀ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଚଳଚ୍ଚିତ୍ର ଜଗତର ୪୫ ତମ ବାର୍ଷିକ ଉତ୍ସବରେ ଏହି ପୁରସ୍କାର ଦିଆଯାଇଛି । କଟକ ସହିଦ ଭବନ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଫିଲ୍ମର ପ୍ରଜୋଜକ ସୁନିଲ୍‌ କୁମାର ଦାସ ।    

ତେବେ ଦଶହରା ସିନେ ବଜାରରେ ଧମାକା କରିଥିଲା ଫିଲ୍ମ ‘ମନ ମୋ ନେଇଗଲୁ ରେ’ । ସୁମା ରିଅଲ୍‌ ମିଡିଆର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ଡ. ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍‌ରେ ମୁକ୍ତିଲାଭ କରିଥିଲା । ସୋଆ କ୍ୟାମ୍ପସ୍‌-୨ ସଭାକକ୍ଷରେ ଏହାର ଅଡିଓ ରିଲିଜ୍‌ ହୋଇଥିଲା ।

ଆଇଟିଆର୍‌ କ୍ୟାମ୍ପସରେ ଏହି ଚଳଚ୍ଚିତ୍ରର ଶୁଭ ମହୁରତ୍ ହୋଇଥିଲା। ଚଳଚ୍ଚିତ୍ରଟି ଯୁବପିଢ଼ିଙ୍କ କଲେଜ ଜୀବନ ଉପରେ ଆଧାରିତ । ଏହି ଫିଲ୍ମରେ ଆକ୍ସନ, ରୋମାନ୍ସ ସାଙ୍ଗକୁ କମେଡିର ତଡ଼କା ରହିଛି। ଏହି ଫିଲ୍ମଟିକୁ ଦର୍ଶକ ଆଦୃତ କରିବେ ବୋଲି ସୁମା ରିଅଲ୍ ମିଡିଆ ଆଶା ରଖି ଏହାକୁ ନିର୍ମାଣ କରିଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା । ଫିଲ୍ମର ପ୍ରଯୋଜନା ଭାର ସୁନୀଲ କୁମାର ଦାସ ସମ୍ଭାଳିଥିବା​‌ ବେଳେ ନିର୍ଦ୍ଦେଶନା ଭାର ସଞ୍ଜୟ ନାୟକ ନେଇଛନ୍ତି।

ଫିଲ୍ମରେ ନାୟକ ଭୂମିକାରେ ଜ୍ୟୋତି ନଜର ଆସିଛନ୍ତି ଏବଂ ନାୟିକା ଭୂମିକାରେ ଭୂମିକା ନଜର ଆସିଛନ୍ତି। ଦିଲୀପ କୁମାର ଦାସ ଏହି ସୁନ୍ଦର କାହାଣୀ ଲେଖିଛନ୍ତି। ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସଙ୍କ ତତ୍ବାବଧାନରେ କଟକ ଶକ୍ତି ଷ୍ଟୁଡିଓରେ ଫିଲ୍ମର ଟାଇଟଲ୍ ସଙ୍ଗ୍ ରେକର୍ଡିଂ ହୋଇଥିଲା। ଆଗଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଜ୍ୟୋତିର୍ମୟୀ ଗୀତରେ କଣ୍ଠଦାନ କରିଥିଲେ। ଫିଲ୍ମଟି ଦର୍ଶକଙ୍କ ମନକୁ ନିଶ୍ଚିତ ଛୁଇଁବ ବୋଲି ପ୍ରଯୋଜକ ସୁନୀଲ କୁମାର ଦାସ କହିଥିଲେ । ଫିଲ୍ମର ୪ଟି ଗୀତ ରହିଛି। ସେଥିମଧ୍ୟରୁ କଟକ ଶକ୍ତି ଷ୍ଟୁଡିଓରେ ଫିଲ୍ମର ଟାଇଟଲ ସଙ୍ଗ୍ ରେକର୍ଡ ହୋଇଥିଲା।

Spread the love