ଇନଷ୍ଟାଗ୍ରାମ୍‌ ଜରିଆରେ କୋଟି କୋଟି ରୋଜଗାର କରୁଛନ୍ତି ବିରାଟ୍‌ କୋହଲି, ଗୋଟିଏ ପୋଷ୍ଟ ପାଇଁ ନିଅନ୍ତି ଏତିକି କୋଟି

ନୂଆଦିଲ୍ଳୀ ୦୮।୦୧ : ଟିମ୍‌ ଇଣ୍ଡିଆର ଦଳର ସର୍ବଶ୍ରେଷ୍ଠ ଖେଳାଳି ବିରାଟ କୋହଲି ବେଶ୍‌ ପରିଚିତ। ବିରାଟଙ୍କୁ ବିଶ୍ବର ସବୁଠାରୁ ଧନୀ କ୍ରିକେଟର ଭାବେ ବିବେଚନା କରାଯାଏ। ଛୋଟରୁ ଆରମ୍ଭ କରି ବଡ ପିଲା ପର୍ଯ୍ୟନ୍ତ ସମସ୍ତେ ବିରାଟ ବଡ ଫ୍ୟାନ୍। ବିରାଟଙ୍କ ପାଇଁ ଲକ୍ଷେ ଝିଅ ଦିୱାନ । ଯେତିକି ତାଙ୍କ ଖେଳ ପାଇଁ ଚର୍ଚ୍ଚରେ ଥାଆନ୍ତି ସେତିକି ତାଙ୍କ ଲୁକ୍‌ ଓ ଷ୍ଟାଇଲ୍‌କୁ ନେଇ । ବର୍ତ୍ତମାନ ତାଙ୍କୁ ଏ-ପ୍ଲସ୍ ଗ୍ରେଡ୍ ତାଲିକାରେ ଆସିଥିବାରୁ ବିସିସିଆଇ ତାଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦରମା ଦିଆଯାଉଛି ।

ବିରାଟ କୋହଲି କେବଳ ରୋଜଗାର ପାଇଁ ବିସିସିଆଇର ଦରମା ଉପରେ ନିର୍ଭର କରନ୍ତି ନାହିଁ, ସେ ଅନ୍ୟାନ୍ୟ ତରଫରୁ ଟଙ୍କା ରୋଜଗାର କରନ୍ତି । ‘କିଙ୍ଗ କୋହଲି’ ପରି ଅନେକ ବ୍ରାଣ୍ଡର ପ୍ରମୋସନ ମାଧ୍ୟମରେ କୋଟି କୋଟି ଟଙ୍କା ଆଦାୟ କରିଥାନ୍ତି । ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କର ମୋଟ ମୂଲ୍ୟ ପ୍ରାୟ ୬୦ ମିଲିୟନ ୟୁଏସ ଡଲାର ଅଟେ।

ବିରାଟ କୋହଲି ରୋଜଗାରର ଅନ୍ୟାନ୍ୟ ବ୍ରାଣ୍ଡର ପ୍ରମୋସନ ବ୍ୟତୀତ ଇନଷ୍ଟାଗ୍ରାମ ହେଉଛି ଆଉ ଏକ ଉତ୍ସ । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୧୭୭ ମିଲିୟନ୍ ପଲୋର୍ସ ଥିବାବେଳେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି । ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ଏକ ପୋଷ୍ଟ ପାଇଁ ୫କୋଟି ଟଙ୍କା ପାଉଛନ୍ତି।

Spread the love