ପଇଡ ପାଣିରେ ମହୁ ମିଶାଇ ପିଅନ୍ତୁ, ମିଳିବ ଅନେକ ଫାଇଦା

ଆପଣ ପଇଡ଼ ପାଣିର ଅନେକ ଫାଇଦା ସମ୍ପର୍କରେ ଜାଣିଥିବେ। ପଇଡ଼ ପାଣିରେ ଥିବା ପୋଷକତତ୍ତ୍ବ ବର୍ତ୍ତମାନର ପ୍ରଦୂଷିତ ପରିବେଶରୁ ରକ୍ଷା କରିବାରେ ସାହାଯ୍ୟ କରିବ। କ୍ଷତି ପହଞ୍ଚାଉଥିବର ଜୀବାଣୁଙ୍କଠାରୁ ମଧ୍ୟ ପଇଡ଼ ପାଣି ଶରୀରକୁ ରକ୍ଷା କରିବାରେ ସାହାଯ୍ୟ କରେ। କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତ୍ୟେକ ଦିନ ସକାଳେ ପଇଡ଼ ପାଣିରେ ମହୁ ମିଶାଇ ପିଇବା ଦ୍ବାରା ଶରୀରକୁ ଅନେକ ଫାଇଦା ମିଳିଥାଏ।
ପଇଡ଼ ପାଣିରେ ମହୁ ମିଶାଇ ପିଇବା ଦ୍ବାରା ପେଟ ଯନ୍ତ୍ରଣା, ଅମ୍ଳ ଭଳି ହଜମ ସମ୍ବନ୍ଧୀୟ ରୋଗ ଦୂର ହୋଇଯାଏ। ସେହିପରି ନିୟମିତ ଭାବେ ପଇଡ଼ ପାଣି ଓ ମହୁ ମିଶାଇ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜ୍‌ବୁତ ହୋଇଥାଏ। ଏହା ଆପଣଙ୍କୁ ଅନେକ ପ୍ରକାରର ରୋଗରୁ ରକ୍ଷା କରେ। ଏଥିରେ ଭିଟାମିନ୍‌ ସି ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ବୟସ ବଢ଼ିବା ସହିତ ଶରୀରରେ ଫ୍ରି ରାଡିକାଲ୍ସ ବଢ଼ିବାରେ ଲାଗିଥାଏ। ଯାହାଦ୍ବାରା ଚେହେରାରେ ରିଙ୍କଲ୍ସ ପଡ଼ିଯାଏ। ଯଦିଓ ନିଦ୍ଦିଷ୍ଟ ଏକ ବୟସରେ ପହଞ୍ଚିବା ପରେ ଚେହେରାରେ ଏହି ଲକ୍ଷଣ ଦେଖାଯାଏ, ତେବେ କେଶ ପାଚିବା, ରିଙ୍କଲ୍ସ, ଥକା ଲାଗିବା ଭଳି ଅନୁଭବ କଲେ ସତର୍କ ହୋଇଯିବା ଉଚିତ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ମିଶ୍ରଣର ସେବନ ଦ୍ବାରା ଅସମୟରେ ବାର୍ଦ୍ଧକ୍ୟକୁ ରୋକିବାରେ ମଦ୍ୟ ସାହାଯ୍ୟ ମିଳିବ।

ପଇଡ଼ ପାଣି ଓ ମହୁର ମିଶ୍ରଣରେ ହଜମ କ୍ରିୟାରେ ସୁଧାର କରିବାର କ୍ଷମତା ରହିଛି। ଏହାବ୍ୟତୀତ ଏହା କୋଷ୍ଠକାଠିନ୍ୟରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରେ। ଏହି ପାନୀୟରେ ଥିବା ଫାଇବର ଅନ୍ତନଳୀରେ ଜମି ରହିଥିବା ମଇଳାକୁ ନରମ କରିବା ସହ ସହଜରେ ବାହାରକୁ ବାହାର କରିବାରେ ସାହାଯ୍ୟ କରେ।

Spread the love