ଜୀବନ ପ୍ରତି ବିପଦ ଆଣିପାରେ ମେଥି ସେବନ

ସାଧାରଣତଃ ମେଥି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏଣୁ ପ୍ରାୟତଃ ସବୁ ଘରେ ମେଥିକୁ ନିୟମିତ ବ୍ୟବହାର କରାଯାଏ। ଏଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଭରି ରହିଥାଏ। କିନ୍ତୁ ଆବଶ୍ୟକତାଠାରୁ ଅଧିକ ପ୍ରତ୍ୟେକ ଜିନିଷ ଖରାପ ହୋଇଥାଏ। ସେହିପରି ମେଥିକୁ ମଧ୍ୟ ଅଧିକ ପରିମାଣରେ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବିପଦଜ୍ଜନକ ହୋଇଥାଏ। ଏଣୁ ମେଥିକୁ ସୀମିତ ମାତ୍ରାରେ ସେବନ କରିବା ଉଚିତ। ମାତ୍ରାଧିକ ମେଥି ଶରୀରର ଅନେକ କ୍ଷତି କରିପାରେ। ତେବେ ଆସନ୍ତୁ ଜାଣିବା ଅଧିକ ପରିମାଣର ମେଥି ଖାଇଲେ କି କି ସମସ୍ୟା ଦେଖାଯାଏ…

ଡାଇବେଟିସ୍‌ ଥିବା ଲୋଙ୍କ ସୁଗାର ମାତ୍ରା କମ୍‌ କରିବାରେ ମେଥି ସାହାଯ୍ୟ କରେ। କିନ୍ତୁ ଯଦି ଆପଣ ଏହାକୁ ଅଧିକ ମାତ୍ରାରେ ସେବନ କରୁଥାନ୍ତି, ତେବେ ଆପଣଙ୍କ ବ୍ଲଡ ସୁଗାର ଲେବଲ କମିବା ଆଶଙ୍କା ରହିଛି। ଯାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ଏଣୁ ଡାଇବେଟିସ୍‌ ରୋଗୀଙ୍କୁ ଡାକ୍ତର ସୀମିତ ମାତ୍ରାରେ ମେଥି ଗୁଣ୍ଡ ଖାଇବାକୁ ପରାମର୍ଶ ଦେଇଥାନ୍ତି।
ଗର୍ଭବତୀ ମହିଳାମାନେ ବି ଅଧିକ ମାତ୍ରାରେ ମେଥି ସେବନ କରିବା ଅନୁଚିତ। କାରଣ ଏହା ଶରୀରକୁ ଭିତରୁ ଗରମ କରିଦିଏ। ଫଳରେ ଡେଲିଭରି ବେଳେ ସମସ୍ୟା ହୋଇପାରେ।
ସେହିପରି ସ୍ତନ୍ୟପାନ କରାଉଥିବା ମହିଳା ମେଥି ସେବନ ଠାରୁ ବିରତ ରହିବା ଆବଶ୍ୟକ। କାରଣ ଏହା ଶରୀରକୁ ଗରମ କରିଦିଏ। ଫଳରେ ଛୁଆକୁ ସ୍ତନ୍ୟପାନ କରାଇଲେ ପିଲାର ଝାଡ଼ା ହେବା ସମ୍ଭାବନା ରହିଛି।
ମେଥି ଶରୀରକୁ ଗରମ କରିଦିଏ। ଏହାକୁ ଅଧିକ ସେବନ ଦ୍ୱାରା ପରିସ୍ରା ପୋଡ଼ା ଭଳି ସମସ୍ୟା ଦେଖାଦେଇପାରେ। ଏଥିସହ ପରିସ୍ରା ଦୁର୍ଗନ୍ଧ ମଧ୍ୟ ହୋଇଥାଏ।
ମାତ୍ରାଧିକ ମେଥି ସେବନ ଦ୍ୱାରା ପେଟ ସହ ଜଡ଼ିତ ସମସ୍ୟା ଯଥା – ଗ୍ୟାସ୍‌, ଅପଚ, ବଦହଜମି ଆଦି ଦେଖାଦେଇପାରେ। ଏଣୁ ଏହାକୁ ସୀମିତ ପରିମାଣରେ ସେବନ କରିବା ଉଚିତ।
ମେଥି ଗୁଣ୍ଡକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଆଲର୍ଜି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅଧିକ ମେଥି ସେବନ କଲେ ତ୍ୱଚାରେ ଜ୍ୱଳନ, କୁଣ୍ଡାଇ ହେବା, ନାଲି ନାଲି ହୋଇ ଫଳିଯିବା ଭଳି ସମସ୍ୟା ଦେଖାଦିଏ।

Spread the love