ସସ୍ ଗୋଦାମରେ ସ୍ପେଶାଲ ସ୍କ୍ବାଡ୍‌ର ଚଢଉ

ଚଣ୍ଡିଖୋଲ ୧୫/୦୧: ଯାଜପୁର ଜିଲ୍ଲା ଜାରକା ବଜାର ଠାରେ ଥିବା ଆଗ୍ରୋ ଫ୍ରଣ୍ଟ ଅର୍ଗାନିକ ଫୁଡ ଗୋଦାମରେ ଚଢଉ । SPଙ୍କ ନିର୍ଦେଶ କ୍ରମେ ସ୍ୱତନ୍ତ୍ର ସ୍କ୍ୱାଡ୍‌ର ଚଢ଼ଉ କରାଯାଇଥିବା ଜଣାପଡିଛି । ଦୀର୍ଘ ଦିନ ଧରି ଏଠାରେ ସସ୍‌ କାରଖାନା ଚାଲୁ ରହିଥିବା ବେଳେ ଟମାଟୋ ସସ୍, ଚିଲି ସସ୍ ସହ ବିଭିନ୍ନ ପ୍ରକାର ସସ୍, ଭିନେଗାର ପ୍ରସ୍ତୁତି କରି ଅନ୍ୟ ସ୍ଥାନକୁ ବିକ୍ରି କରାଯାଉ ଥିଲା । ଆଜି ଯାଜପୁର spଙ୍କ ସ୍ୱତନ୍ତ୍ର ସ୍କ୍ବାଡ୍ ସସ୍ କାରଖାନା ଉପରେ ଚଢ଼ାଉ କରିଛି । ସସ୍ ପ୍ରସ୍ତୁତିର ମାନ ଯାଞ୍ଚ କରିଥିବା ବେଳେ କାରଖାନାର ସମସ୍ତ କାଗଜ ପତ୍ର ଯାଞ୍ଚ କରିଛି ଟିମ୍ । ସସ୍ କେଉଁଭଳି ଭାବେ ଏଠାରେ ପ୍ରସ୍ତୁତି ହୋଇଛି ଏବଂ କେଉଁ ଅଂଚଳକୁ ବିକ୍ରି କରାଯାଉଛି ତାକୁ ନେଇ ପୋଲିସ ଯାଞ୍ଚ କରିଛି । ଧର୍ମଶାଳା ପୋଲିସ ଉପସ୍ଥିତିରେ ଏବଂ ଫୁଡ୍‌ ସପ୍ଲାଏ ଅଧିକାରୀ ସସ୍‌ଗୁଡିକର ସାମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି ।

Spread the love