ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ

ବ୍ରହ୍ମପୁର ୧୭।୦୧: କୋର୍ଟରୁ ବାରମ୍ବାର ନିରାଶ ହେଉଛନ୍ତି ତପସ୍ଵିନୀଙ୍କ ସ୍ଵାମୀ ତଥା ଯୁବ ଡାକ୍ତର ସୁମିତ୍। ପ୍ରଥମେ ତପସ୍ଵିନୀଙ୍କୁ ନରଖିବା କେସ୍‌ରେ ପ୍ରଥମେ ଏସଡିଜେଏମ ଏବଂ ପରେ ଜିଲ୍ଲା କୋର୍ଟରୁ ନିରାଶ  ହୋଇଛନ୍ତି। ତପସ୍ଵିନୀ କୋର୍ଟଙ୍କ ନିଷ୍ପତ୍ତି କ୍ରମେ ସୁମିତଙ୍କ ଘରେ ରହିଲେ। ତେବେ ତପସ୍ଵିନୀ ଘରେ ରହିଲେ ତାଙ୍କ  ବାପା-ମା ଅସୁରକ୍ଷିତ ରହିବା ନେଇ ସୁମିତ ଏସଡିଜେଏମ କୋର୍ଟରେ ଆବେଦନ କରିଥିଲେ। ତେବେ ତାଙ୍କ  ପିଟିସନକୁ ଖାରଜ କରିଛନ୍ତି ଏସଡିଜେଏମ କୋର୍ଟ।

ଶ୍ବଶୁର ଘରେ ବୋହୂ ରହିବା ଫଳରେ ବରିଷ୍ଠ ନାଗରିକ ଶାଶୁ, ଶ୍ବଶୁର ଅସୁରକ୍ଷିତ ନେଇ ଏସ୍ ଡି ଜେ ଏମ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ ସୁମିତ୍ । ଏସ୍ ଡି ଜେ ଏମ୍ କୋର୍ଟ ସୋମବାର ଏହାର ଶୁଣାଣି କରି ପିଟିସନକୁ ଖାରଜ କରିଥିବା କହିଛନ୍ତି ତପସ୍ବିନୀ ଙ୍କ ଓକିଲ ଦୀପକ ପଟ୍ଟନାୟକ। ସେପଟେ ଏସ୍ ଡି ଜେ ଏମ୍ କୋର୍ଟ ଙ୍କ ଏଭଳି ରାୟକୁ ଚ୍ୟାଲେଞ୍ଜ କରି ଉପର କୋର୍ଟ ଯିବୁ ବୋଲି କହିଛନ୍ତି ସୁମିତ୍‌ଙ୍କ ଓକିଲ ସୁରେନ୍ଦ୍ର ବେହେରା।

ସୂଚନାଯୋଗ୍ୟ, ତପସ୍ଵିନୀ-ସୁମିତ୍ ମାମଲା ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ବିଗିଡିବାରେ ଲାଗିଛି। କେବଳ କୋର୍ଟଙ୍କ ରାୟରେ ତପସ୍ଵିନୀ ସୁମିତଙ୍କ ଘରେ ଯାଇ ରହୁଥିଲେ ବି ପରିବାର ତାଙ୍କୁ ଗ୍ରହଣ କରୁ ନାହାନ୍ତି। ତେଣୁ ଏହି ମାମଲା ଥମିବାର ନାଁ ଧରୁନାହିଁ। ଅନେକ ଘଟଣାକ୍ରମେ ଉଭୟ ପକ୍ଷ ମଧ୍ୟରେ କୋର୍ଟରେ ମାମଲା ଜାରି ରହିଛି। ତେବେ ଏ ପର୍ଯ୍ୟନ୍ତ ସୁମିତ୍‌ଙ୍କୁ କୋର୍ଟରୁ କେବଳ ନିରାଶ ହିଁ ହେବାକୁ ପଡିଛି। ତପସ୍ଵିନୀଙ୍କୁ ପାଖରେ ରଖିବା ଏବଂ ଭରଣ ପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ଜିଲ୍ଲା କୋର୍ଟଙ୍କ ରାୟକୁ ସୁମିତ୍‌ଙ୍କ ପରିବାର ହାଇକୋର୍ଟରେ  ଚ୍ୟାଲେଞ୍ଜ କରିଛନ୍ତି। ଦେଖିବା ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ କଣ ରାୟ ଦେଉଛନ୍ତି।

Spread the love