ଶିକ୍ଷାଗୁରୁ ଉପେନ୍ଦ୍ରନାଥ ପ୍ରଧାନଙ୍କ ନାତି ବିୟୋଗ

ସୋର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ ଘାସୁଆ ଗାଁର ଶିକ୍ଷାଗୁରୁ ଉପେନ୍ଦ୍ର ପ୍ରଧାନଙ୍କ ନାତି ଶରତଚନ୍ଦ୍ର ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଦୀର୍ଘ ଦିନରୁ ଶ୍ୱାସ ରୋଗରେ ପୀଡିତ ଥିଲେ । ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ହୋଇଥିଲା । ଶେଷ ନିଶ୍ୱାସ ତ୍ୟାଗ କଲାବେଳେ ତାଙ୍କର ୩ପୁଅ, ୩ବୋହୂ, ବଡ଼ଭାଇ ବସନ୍ତ ପ୍ରଧାନ ଓ ସାନଭାଇ ପ୍ରଭାତ ପ୍ରଧାନ, ପତ୍ନୀ ଜୟନ୍ତୀ ପ୍ରଧାନ, ଭାଇବୋହୂ ସ୍ନେହଲତା ପ୍ରଧାନ, ଭାଉଜ ସୁକାନ୍ତୀ ପ୍ରଧାନ, ଝିଅ, ନାତି, ନାତୁଣୀ ଓ ଭଉଣୀମାନେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଛେଳି ଯାଇଛି ।

Spread the love