ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଆନନ୍ଦପୁର,୧୯/୧: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅଧିନ ସମସ୍ତ ୭ ଗୋଟି ଜିଲ୍ଲାପରିଷଦ ଆସନ ପାଇଁ ଆଜି ବିଜୁ ଜନତାଦଳ ତାର ଦଳିୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି l ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧ନଂ ଜୋନରୁ ଟୁନି ରଣା ବିଜେଡିର ପ୍ରାର୍ଥୀ ହୋଇଥିବା ବେଳେ, ୨ନଂ ଜୋନରୁ ଜିତେନ୍ଦ୍ର ସାମଲ, ୩ନଂ ଜୋନରୁ ଉର୍ମିଳା ସାହୁ, ୩୪ନଂ ଜୋନରୁ ସୋମନାଥ ଦାସ, ୩୫ ରୁ ସୁକ୍ତନ୍ତି ଜୋନା, ୩୬ରୁ କୈଶଲ୍ଯା ସୋଠୀ ଓ ୩୭ ନଂ ଜୋନ ରୁ ବିମ୍ବାଧର ବିଶ୍ବାଳ ଦଳିୟ ପ୍ରାର୍ଥି ହୋଇଥିବା ବିଧାୟକ ଭାଗିରଥି ସେଠୀ ସୂଚନା ଦେଇଛନ୍ତି l

ଆନନ୍ଦପୁର ବ୍ଲକ୍ ତରତରା ଠାରେ ଥିବା ଦଳୀୟ କାର୍ଯ୍ଯାଳୟରେ ନିର୍ବାଚନ ମଣ୍ଡଳୀ ପର୍ଯ୍ଯବେକ୍ଷକ ଅନୁଭବ ପଟ୍ଟନାୟକ ଓ କୋରେଇ ବିଧାୟକ ଅଶୋକ ବଳଙ୍କ ଉପସ୍ଥିତିରେ ଆଜି ଏହି ଘୋଷଣା ହୋଇଛି l ଆସନ୍ତା କାଲି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ସମସ୍ତ ପ୍ରାର୍ଥୀ ନିଜନିଜ ନାମାଙ୍କନପତ୍ର ଦାଖକରିବେ l ତେବେ ଚଳିତ ନିର୍ବାଚନରେ ବିଜେଡି ଦଳ ପ୍ରାର୍ଥୀ ଘୋଷଣାରେ ଆଗୁଆ ରହିଥିବାବେଳେ କଂଗ୍ରେସ କିମ୍ବା ବିଜେପି ଦଳ ପକ୍ଷରୁ ଏ ପର୍ଯ୍ଯନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ lବାଇଟ୍ ୧- ଭାଗିରଥି ସେଠୀ (ବିଧାୟକ ଆନନ୍ଦପୁର )

Spread the love