ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ?

ଭୁବନେଶ୍ବର ୨୧/୦୧: ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପାଇଁ ଅତିଥି ତାଲିକା ପ୍ରକାଶ ପାଇଛି । ଏହା ସହିତ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେ ନେଇ ମଧ୍ୟ ଲିଷ୍ଟ ଜାରି କରାଯାଇଛି । ୨୦ ଜିଲ୍ଲାରେ ମନ୍ତ୍ରୀମାନେ ସାଧାରଣତନ୍ତ୍ର ଦିବସ​‌ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସମ୍ବଲପୁରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଥିବାବେଳେ, ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କଟକରେ ପତାକା ଉତ୍ତୋଳନ କରିବେ । ସେହିଭଳି ମନ୍ତ୍ରୀ ପଦ୍ମନାଭ ବେହେରା ବରଗଡ, ପ୍ରଫୁଲ୍ଲ ମଲ୍ଲିକ ନୟାଗଡ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୟୂରଭଞ୍ଜ, ମନ୍ତ୍ରୀ ପ୍ରତାପ ଜେନା ଅନୁଗୁଳ, ଅରୁଣ କୁମାର ସାହୁ ସୋନପୁର, ସୁଦାମ ମାରାଣ୍ଡୀ କେନ୍ଦୁଝର, ସୁଶାନ୍ତ ସିଂହ ସୁନ୍ଦରଗଡ, ନବ କିଶୋର ଦାସ ନୂଆପଡା, ଟୁକୁନୀ ସାହୁ ଗଞ୍ଜାମ, ଜଗନ୍ନାଥ ସାରକା ମାଲକାନାଗିରି, ଦିବ୍ୟ ଶଙ୍କର ମିଶ୍ର ରାୟଗଡା, ଅଶୋକ ପଣ୍ଡା ବାଲେଶ୍ବର, ସମୀର ରଞ୍ଜନ ଦାସ କେନ୍ଦ୍ରାପଡା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଜଗତସିଂପୁର, ପ୍ରେମାନନ୍ଦ ନାୟକ କନ୍ଧମାଳ, ରଘୁନନ୍ଦନ ଦାସ ପୁରୀ, ପଦ୍ମିନୀ ଦିଆନ ନବରଙ୍ଗପୁର ଏବଂ ମନ୍ତ୍ରୀ ତୁଷାରକାନ୍ତୀ ବେହେରା କୋରାପୁଟରେ ପତାକା ଉତ୍ତୋଳନ କରିବେ। ସେହିଭଳି ଅନ୍ୟ ୧୦ଟି ଜିଲ୍ଲାରେ RDC ଏବଂ ଜିଲ୍ଲାପାଳମାନେ ସାଧାରଣତନ୍ତ୍ର ଦିବସ କାର୍ଯକ୍ରମରେ ସାମିଲ ହୋଇ ପତାକା ଉତ୍ତୋଳନ କରିବେ ।

Spread the love