କିସ୍ ପରିସରରେ ନେତାଜୀ ଜୟନ୍ତୀ ପାଳିତ

ସାରା ଦେଶରେ ପାଳିତ ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ। ଏହି ଅବସରରେ କିସ୍ ପରିସରରେ ମଧ୍ୟ ନେତାଜୀ ଜୟନ୍ତୀ ପାଳିତ ହୋଇଛି। କିସ୍ ଓ କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିସ୍ ସିଇଓ, ଡେପୁଟି ସିଇଓଙ୍କ ଓ ଅନ୍ୟ ବ୍ୟକ୍ତି ବିଶେଷ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ନେତାଜୀଙ୍କ ସ୍ୱଷ୍ଟବାଦିତା,ନିର୍ଭିକତା, ଦେଶ ପାଇଁ ନିସ୍ୱାର୍ଥପର ଭାବେ ଦେଇଥିବା ବଳିଦାନ ଆଜିର ଯୁବପିଢିଙ୍କ ପାଇଁ ଆଦର୍ଶ ବୋଲି ଏହି ଅବସରରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ। ଆଜିର ଯୁବପିଢି ତାଙ୍କରି ଆଦର୍ଶ ଚାଲିବାର ଆବଶ୍ୟକତା ରହିଛି ବୋଲି କହିଥିଲେ କିସ ସିଇଓ ଡକ୍ଟର ପ୍ରଶାନ୍ତ ରାଉତରାୟ।
Spread the love