ସଲ୍‌ମାନଙ୍କ ବିରୋଧରେ ପଡ଼ୋଶୀଙ୍କ ଅଭିଯୋଗ , ଫାର୍ମ ହାଉସରେ ପୋତାଯାଇଛି ବହୁ ଅଭିନେତାଙ୍କ ଶବ

ମୁମ୍ବଇ : ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲାଗିଛି। ସଲମାନ ଡି ଗ୍ୟାଙ୍ଗର ପ୍ରମୁଖ୍ୟ ସଦସ୍ୟ ଭାବେ କାମ କରୁଛନ୍ତି। ତାଙ୍କ ପାନଭେଲ୍‌ ସ୍ଥିତ ଫାର୍ମ ହାଉସରେ ଅନେକ ଅଭିନେତାଙ୍କ ଶବ ପୋତାଯାଇଛି। ଏଠାରେ ଶିଶୁ ଚାଲାଣ ମଧ୍ୟ ହେଉଛି। ସଲ୍‌ମାନଙ୍କ ପଡୋଶୀ କେତନ କକ୍କଡ ଏହି ଅଭିଯୋଗ କରିଛନ୍ତି। ସେ ସୋସିଆଲ ମିଡିଆ ପୋଷ୍ଟ ଏବଂ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ସଲମାନ କକ୍କଡଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ଅଭିନେତାଙ୍କ ଛବି ଖରାପ କରିବା ପାଇଁ ଜାଣିଶୁଣି ଏବଂ କୌଣସି ପ୍ରମାଣ ନଥାଇ ଏପରି ଅଭିଯୋଗ କରାଯାଇଛି ବୋଲି ସଲମାନଙ୍କ ଓକିଲ ପ୍ରଦୀପ ଗାନ୍ଧୀ କହିଛନ୍ତି। ମୁମ୍ବଇ ସିଟି ସିଭିଲ କୋର୍ଟରେ ଏ ନେଇ ମାନହାନି ମାମଲା ରୁଜୁ କରାଯାଇଛି।

ଏଥିରେ ମିଥ୍ୟା ମନ୍ତବ୍ୟ ଦେବାରୁ ପଡୋଶୀଙ୍କୁ ରୋକିବା ପାଇଁ ଅନୁରୋଧ କରାଯାଇଛି। ଅଭିଯୋଗକାରୀ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଅଭିନେତାଙ୍କ ଛବି ଖରାପ କରିବାକୁ ଚାହୁଁଛନ୍ତି। ସଲମାନ ଖାନଙ୍କ ସହ ତାଙ୍କର ସମ୍ପତ୍ତି ବିବାଦ ରହିଛି। ତାଙ୍କ ପ୍ଲଟକୁ ଯିବାକୁ ପଡିଥିବା ରାସ୍ତାକୁ ସଲମାନ ବନ୍ଦ କରିଦେଇଥିବା କକ୍କଡ କହିଛନ୍ତି। କିନ୍ତୁ ସଲମାନଙ୍କ ଓକିଲ ଏହାକୁ ଖଣ୍ଡନ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଭିନେତା ପାନଭେଲ ଫାର୍ମ ହାଉସରେ ନିଜ ଜନ୍ମଦିନ ପାଳନ କରିଥାନ୍ତି। ସେ ନିଜ ଭଉଣୀ ଅର୍ପିତାଙ୍କ ନାମରେ ଫାର୍ମ ହାଉସର ନାମ ରଖିଛନ୍ତି। ଲକଡାଉନ ସମୟରେ ଏହି ଫାର୍ମ ହାଉସରେ ରହିଥିଲେ।

Spread the love