ସ୍ତ୍ରୀକୁ ହତ୍ୟା କରିବା ପାଇଁ ସୁପାରି ଦେଲା ସ୍ଵାମୀ

କୋଲକାତା୨୪/୦୧ :  ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରୁ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ହତ୍ୟାକାରୀକୁ ସୁପାରି ଦେଇଥିଲେ । ସୁପାରି ଦେବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସ୍ତ୍ରୀ ସ୍ୱାମୀଙ୍କୁ ନପଚାରି ବାସ୍ ମୋବାଇଲ ଫୋନଟିଏ କିଣିଥିଲେ। ଏହି ମାମଲାର ଖୁଲାସା ବହୁତ ରୋଚକ ଭାବେ ହୋଇଛି । ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହି ଘଟଣା କୋଲକାତାର ନରେନ୍ଦ୍ରପୁରରେ ଦେଖିବାକୁ ମିଳିଛି । ପୋଲିସ ଗୁରୁବାର ରାତିରେ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି। ସୂଚନା ମୁତାବକ କିଛି ମାସ ପୂର୍ବରୁ ମହିଳା ଜଣଙ୍କ ନିଜସ୍ୱାମୀଙ୍କୁ ମୋବାଇଲ ଫୋନ କିଣିବେ ବୋଲି କହିଥିଲେ। କିନ୍ତୁ ସ୍ୱାମୀ ମନା କରି ଦେଇଥିଲେ । ମହିଳା ଛୋଟ ପିଲାମାନଙ୍କୁ ଟିଉସନ କରି କିଛି ଟଙ୍କା ସଞ୍ଚୟ କରିଥିଲେ ।

ଏହା ମଧ୍ୟରେ ଜାନୁଆରୀ ୧ ତାରିଖରେ ମହିଳା ଜଣଙ୍କ ସ୍ୱାମୀଙ୍କୁ ନପଚାରି ଫୋନଟିଏ କିଣିଥିଲେ। ଏହା ଜାଣିବା ପରେ ମହିଳାଙ୍କ ଉପରେ ବହୁତ ରାଗିଯାଇ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ ସ୍ଵାମୀ। ଏପରିକି ଜଣେ ହତ୍ୟାକାରୀଙ୍କୁ ସୁପାରି ଦେଇ  ନିଜ ସ୍ତ୍ରୀର ହତ୍ୟା କରିବା ପାଇଁ କହିଥିଲେ। ପରେ ହତ୍ୟାକାରୀ ତାଙ୍କ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲା ।

ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁସାରେ ଦୁଇଜଣ ଅଜଣା ଆକ୍ରମଣକାରୀ ଗୁରୁବାର ରାତିରେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ମହିଳା ଗଭୀର ଭାବେ ଆହତ ହୋଇଥିଲେ। କିନ୍ତୁ ତାଙ୍କ ଜୀବନ ବଞ୍ଚି ଯାଇଛି। ଠିକ ସମୟରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ ଜଣେ ଆକ୍ରମଣକାରୀ ଓ ସମ୍ପୃକ୍ତା ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି। ଆଉଜଣେ ଆକ୍ରମଣକାରୀ ସେଠାରୁ ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ପୋଲିସ ତୋଳତାଡ ଚଲାଇଛି।

Spread the love