ଭାରତରେ ଜନ୍ମ ନେଲା ଦୁଇଟି ମୁଣ୍ଡଥିବା ବାଛୁରୀ

ନୂଆଦିଲ୍ଲୀ, ୨୪/୦୧: ସାଧାରଣତଃ ଗାଈଟିଏ ଗୋଟିଏ ମୁଣ୍ଡ ଥିବା ବାଛୁରୀକୁ ଜନ୍ମ ଦେଇଥାଏ । କିନ୍ତୁ ଏବେ ଭାରତରେ ଦୁଇଟି ମୁଣ୍ଡ ଥିବା ବାଛୁରୀ ଜନ୍ମ ନେଇଛି । ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା । ଏହି ବାଛୁରୀର ଦୁଇଟି ମୁଣ୍ଡ ଥିବା ବେଳେ ଦୁଇଟି ଆଖି ଏବଂ ଦୁଇଟି ପାଟି ରହିଛି । ଉତ୍ତର ଭାରତର ତ୍ରିପୁରା ସ୍ଥିତ ଗୋମାଟି ଜିଲ୍ଲାରେ ଏପରି ଏକ ବିଚିତ୍ର ବାଛୁରୀ ଜନ୍ମ ନେଇଥିବା ଜଣାପଡ଼ିଛି ।

ଏଭଳି ଘଟଣା ବିରଳରୁ ବିରଳତମ । ଜିନ୍‌ଗତ କାରଣ କିମ୍ୱା ସ୍ନାୟୁ ଜନୀତ ସମସ୍ୟା କାରଣରୁ ଏପରି ବାଛୁରୀ ଜନ୍ମ ହୋଇଥିବା କୁହାଯାଇଛି । ଦୁଇଟି ମୁଣ୍ଡ ନେଇ ଜନ୍ମିତ ବାଛୁରୀକୁ ପଲିସେଫାଲି ବୋଲି କୁହାଯାଏ । ଏହି ଜୀବଟି ଖୁବ୍‌ କମ୍‌ ଦିନ ବଞ୍ଚିଥାଏ ଅର୍ଥାତ କିଛି ମାସ ମଧ୍ୟରେ ଏହାର ମୃତ୍ୟୁ ହୋଇଯାଇଥାଏ ।

ତେବେ ଏହି ବାଛୁରୀଟିକୁ ସ୍ଥାନୀୟ ଲୋକେ ଯତ୍ନର ସହ ରଖିଥିବା ବେଳେ ଏହା ଖୁବ୍‌ କମ୍‌ଦିନ ବଞ୍ଚିବ ବୋଲି କହିଛନ୍ତି । ଡାକ୍ତର ପ୍ରୀତମ୍‌ ସରକାର ଏପରି ବାଛୁରୀ ସେ ୧୫-୨୦ ବର୍ଷ ପରେ ଦେଖୁଥିବା କହିଛନ୍ତି ଏବଂ ଏହାର ବଞ୍ଚିବା ସମ୍ଭାବନା ୩୮ ପ୍ରତିଶତ ଥିବା ପ୍ରକାଶ କରିଛନ୍ତି ।

Spread the love