୭ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର, ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ, ପ୍ରମୋଦଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର, ୨୫/୦୧: ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଘୋଷଣା ହେଲା ପଦ୍ମ ପୁରସ୍କାର ତାଲିକା । ଓଡ଼ିଶାର ୬ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟ ଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେବେ । ଏନେଇ ମଙ୍ଗଳବାର କେନ୍ଦର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଅଲମ୍ପିକ୍‌ ପଦକ ବିଜେତା ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ସେହିପରି  ସମାଜ ସେବା ପାଇଁ ଶ୍ରୀମଦ ବାବା ବଳିଆ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ଇଲ୍ଲେଖନୀୟ ଅବଦାନ ପାଇଁ ଶ୍ୟାମାମଣୀ ଦେବୀ, ସାହିତ୍ୟ ଓ ଶିକ୍ଷା ପାଇଁ ନୃସିଂହ ପ୍ରସାଦ ଗୁରୁ, ପ୍ରଶାସନିକ ସେବା ପାଇଁ ଗୁରୁ ପ୍ରସାଦଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ ।

ଓଡ଼ିଶା ସାହିତ୍ୟ ଜଗତର ଯଶସ୍ୱୀ ଲେଖିକା ପ୍ରତିଭା ରାୟଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ଆୱାର୍ଡ, ଶାରଳା ଆୱାର୍ଡ, ମୂର୍ତ୍ତିଦେବୀ ଆୱାର୍ଡ, ଅମ୍ରିତା କୀର୍ତ୍ତି ପୁରସ୍କାର, ପଦ୍ମଶ୍ରୀ ପୁରସ୍କାର, ଜ୍ଞାନପୀଠ ପୁରସ୍କାର ଏବଂ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ୍‌ ଆୱାର୍ଡରେ ସମ୍ମାନିତ କରାଯାଇଛି ।

Spread the love