ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କଲେ ବାବା

ବାରିପଦା, ୨୫/୦୧: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନୂଆ ବ୍ରଜନନ୍ଦନପୁର ଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଗ୍ରାମର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜଣେ ବାବାଙ୍କ ନାମରେ ଏହି ଦୁଷ୍କର୍ମ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ପିଡିତାଙ୍କୁ ପରିବାର ଲୋକେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ପୀଡିତାଙ୍କ ପରିବାର ନ୍ୟାୟ ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି ।

ସୂଚନା ଅନୁସାରେ, ୨୦ ତାରିଖରେ ଘଟିଥିବା ଏହି ଘଟଣାକୁ ଚପାଇବାକୁ ଗ୍ରାମରେ ବୈଠକ ହୋଇଥିଲା। ୯୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ଏଥିରେ ନିଷ୍ପତ୍ତି ହୋଇଥିଲା । ତେବେ ବାବା ଜଣକ ୫ ହଜାର ଟଙ୍କା ଦେଇ ବାକି ଟଙ୍କା ଏକମାସ ପରେ ଦେବେ ବୋଲି କହିଥିଲେ । ୨୦ ତାରିଖ ଦିନ ଗାଁ ରେ ମାଘ ପୂଜା ପାଇଁ ବୈଠକ ବସିଥିଲା ବେଳେ ସେହି ଗ୍ରାମର ଜଠାରାମ ମୁର୍ମୁ ଓରଫ ଜଠାବାବା ସମ୍ପୃକ୍ତ ଭିନ୍ନକ୍ଷମ ନାବାଳିକାଙ୍କ ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନାବାଳିକାଙ୍କ ଭାଇ ଅଭିଯୋଗ କରିଥିଲେ।

ଏହି ଘଟଣା ପରେ ଗାଁରେ ବୈଠକ ବସି ପୋଲିସ ନିକଟରେ ଅଭିଯୋଗ ନକରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ତାଙ୍କୁ ୩ ହଜାର ଟଙ୍କା ଦେଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। ହେଲେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଏହା ଠିକ୍ ନଲାଗିବାରୁ ଆଜି ଥାନରେ ଏନେଇ ଲିଖିତ ଅଭିଯୋଗ କରିବା ସହ ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Spread the love