ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ମାମଲାରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଶ୍ରୀ ସେଠୀଙ୍କୁ ଅଗଷ୍ଟ ୧୯ତାରିଖ ସୁଦ୍ଧା ନିଜ ପକ୍ଷ ରଖିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଏଏସ୍ ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ସୂଚନାକର୍ମୀ ଶ୍ରୀକାନ୍ତ ପାକଳ ଜୁଲାଇ ୧ ତାରିଖରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଶ୍ରୀ ପାକଳଙ୍କ ଅଭିଯୋଗ ଉପରେ ଲୋକାୟୁକ୍ତ ଗତ ୯ତାରିଖରେ ଶ୍ରୀ ସେଠୀଙ୍କୁ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି। ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟକ୍ଷମ ହେବାପରେ ପ୍ରଥମ ଆଇଏଏସ୍ ଭାବେ ଶ୍ରୀ ସେଠୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଓ ତାଙ୍କୁ ନୋଟିସ୍ ମଧ୍ୟ ଜାରି ହୋଇଛି।

Spread the love