ହାଇକୋର୍ଟର ୪ ଜଣ ଆଇନଜୀବୀଙ୍କ ନାମକୁ ସୁପାରିସ କଲେ ସୁପ୍ରମିକୋର୍ଟଙ୍କ କଲେଜିୟମ

କଟକ: ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି । ହାଇକୋର୍ଟର ୪ ଜଣ ଆଇନଜୀବୀଙ୍କ ନାମକୁ ସୁପାରିସ କଲେ ସୁପ୍ରମିକୋର୍ଟଙ୍କ କଲେଜିୟମ । ଗତ ୨୯ ତାରିଖ କଲେଜିୟମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟ ବିଚାରପତି ହେବେ ଆଇନଜୀବୀ ଭି ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ଶ୍ରୀରମଣ ମୁରାହରି। ଓଡ଼ିଶା ହାଇକୋର୍ଟରେ ଏବେ ୧୮ ଜଣ ବିଚାରପତି ଅଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ହେଉଛି ୨୭ । ନୂଆ ୪ଜଣ ନାମକୁ ରାଷ୍ଟ୍ରପତି ଅନୁମୋଦନ ଦେଲେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିବ ।

Spread the love