କେନ୍ଦ୍ର ବଜେଟ୍‌ରେ ଶିକ୍ଷା ବିଭାଗ ପାଇଁ ପ୍ରଥମ ଥର ୧ ଲକ୍ଷ କୋଟିରୁ ଅଧିକବ୍ୟୟବରାଦ ମୋଦି ସରକାରଙ୍କ ଐତିହାସିକ ନିଷ୍ପତି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,  ଆର୍ଥ ିକ ବର୍ଷ ୨୦୨୨-୨୩ କେନ୍ଦ୍ର ବଜେଟ୍‌ରେ ଶିକ୍ଷା, ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ଶିକ୍ଷା ବିଭାଗ ପାଇଁ ଇତିହାସରେ ପ୍ରଥମ ଥର ପାଇଁ ୧ ଲକ୍ଷ ହଜାର ୨୭୭ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ଶିକ୍ଷା ଭିତିଭୂମିକୁ ସୁଦୃଢ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଶିକ୍ଷା ବିଭାଗ ପାଇଁ ମୋଦି ସରକାରଙ୍କ ଐତିହାସିକ ନିଷ୍ପତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ବଜେଟ୍ ନୂଆ ଭାରତର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ଏହି ବଜେଟ୍ ଉତ୍ସାହଜନକ, ଭବିଷ୍ୟତବାଦୀ, ଅଭିବୃଦ୍ଧି ଭିତିକ ଏବଂ ଲୋକାଭିମୁଖୀ ବଜେଟ୍। ସମାଜର ସବୁ ବର୍ଗଙ୍କୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ବଜେଟରେ ଚିଙ୍ଗୁଡ଼ି ଚାଷକୁ ପ୍ରୋତ୍ସାହନ, ଅଙ୍ଗନବାଡ଼ିର ବିକାଶ, ପଛୁଆ ଆକାଂକ୍ଷୀ ଜିଲ୍ଲାକୁ ପ୍ରାଧାନ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ଅଧିକ ଲାଭବାନ ହେବ। ଏହି ବଜେଟ୍‌ରେ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ, ଇ-ବିଦ୍ୟା ଅନ୍ତର୍ଗତ ୨୦୦ ଟିଭି ଚ୍ୟାନେଲ, ସ୍କିଲିଂ ପାଇଁ ଡିଜିଟାଲ୍ ଇକୋସିଷ୍ଟମ, କିଷାନ ଡ୍ରୋନ, ଡ଼ିଜିଟାଲ ମୁଦ୍ରା ଭଳି ଅନେକ ପଦକ୍ଷେପ ଅମୃତ କାଳରେ ଭାରତୀୟ ଅର୍ଥନୀତିର ମୂଳଦୂଆ ନିର୍ମାଣ ଓ ବ୍ଲୁ ପ୍ରିଂଟ୍ ସ୍ଥାପନ କରିବ । ଆତ୍ମନିର୍ଭର ଭାରତର ବଜେଟ୍ ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ଟେକ୍ନୋଲୋଜି ଆଧାରିତ ବିକାଶକୁ ପ୍ରୋତ୍ସାହନ ଦେବା ସହ ଆୟ ଓ ପୁଞ୍ଜିନିବେଶରେ ବୃଦ୍ଧି ଘଟାଇବ, ରୋଜଗାରକୁ ଗତି ଦେବ ଏବଂ ଇଜ୍ ଅଫ୍ ଲିଭିଂକୁ ପ୍ରାଥମିକତା ଭିତିରେ ନାଗରିକଙ୍କୁ ସଶକ୍ତ ସହ ଜନକଲ୍ୟାଣକୁ ସୁନିଶ୍ଚିତ କରିବ । ୫ଜି ମୋବାଇଲ ସେବା, ଶତପ୍ରତିଶତ ପୋଷ୍ଟ ଅଫିସକୁ ଅତ୍ୟାଧୁନିକ କରିବା ଦ୍ୱାରା ଦେଶର ନାଗରିକଙ୍କ ଜୀବନଶୈଳି ଅଧିକ ସୁଗମ କରିବ ।
୬୦ ହଜାର କୋଟି ବ୍ୟୟରେ ହର୍ ଘର୍ ନଲ୍ ସେ ଜଲ୍ ରେ ୩.୮ କୋଟି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୮ ହଜାର କୋଟି ବ୍ୟୟରେ ୮୦ ଲକ୍ଷ ହିତାଧିକାରୀଙ୍କ ପାଇଁ ପକ୍କା ଘର ନିର୍ମାଣ କରାଯିବ, ଯାହା ପ୍ରଧାନମନ୍ତ୍ରୀଜୀଙ୍କ ଗରିବଙ୍କୁ ସଶକ୍ତ କରିବା ଦିଗରେ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଦ୍ୱାରା ଓଡିଶା ଲାଭ ପାଇବ ।
କିଷାନ ଡ୍ରୋନର ବ୍ୟବହାର, ରୟାୟନ ବିହୀନ ତଥା ଜୈବିକ ଚାଷକୁ ପ୍ରୋତ୍ସାହନ, କ୍ଷୁଦ୍ରଚାଷୀଙ୍କୁ ପ୍ରାଧାନ୍ୟ ଗହମ ଏବଂ ଧାନ ଚାଷୀଙ୍କୁ ଏମଏସପି ବାବଦରେ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବା ଭଳି ବଜେଟରେ ଥିବା ପଦକ୍ଷେପ ଚାଷ ଉତ୍ପାଦନକୁ ତ୍ୱରାନ୍ୱିତ କରିବ ଓ ଚାଷୀ ଭାଇଙ୍କୁ ସମୃଦ୍ଧ କରିବ । ଏହାବ୍ୟତିତ ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ପୁଞ୍ଜି ବିନିଯୋଗକୁ ୩୫.୪ ପ୍ରତିଶତକୁ ବୃଦ୍ଧି କରି ୭.୫ ଲକ୍ଷ କୋଟି ଟଙ୍କା କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ମୋଦି ସରକାର ଅର୍ଥନୀତିର ଅଭିବୃଦ୍ଧି, ଚାହିଦା ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଦିଗରେ ବଜେଟରେ ଗୁରୁତ୍ୱ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Spread the love