ଜେଜେମାଙ୍କ ଦଶାହରେ ନାତିର ମୃତ୍ୟୁ

କଣ୍ଟାବାଞ୍ଜି ୦୩/୦୨: ପୋଖରୀକୁ ଗାଧୋଇବାକୁ ଯାଇ ୨୨ ବର୍ଷିଆ ଜଣେ ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ହେଉଛନ୍ତି ବଙ୍ଗୋମୁଣ୍ଡା ଥାନା ଅଶୁର୍ଲା ଗାଁର ଡୋଲେସ୍ୱର ସଗରିଆ । ଡୋଲେଶ୍ୱରଙ୍କ ଜେଜେ ମାଁଙ୍କ ଆଜି ଦଶାହ ଶୁଦ୍ଧି କ୍ରିୟା କାର୍ଯ୍ୟକ୍ରମ ଥିଲା । ଏହି ସମୟରେ ଡୋଲେସ୍ୱର ସବୁ ଦିନ ପରି ଆଜି ମଧ୍ୟ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ପରେ ମଧ୍ୟ ଘରକୁ ଫେରି ନଥିବାରୁ ପରିବାର ଲୋକେ ଖୋଜଖୋଜି କରିଥିଲେ ।

ପରେ ଦେଖିଥିଲେ ଯେ ଗାଁର ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ବଙ୍ଗୋମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଛି । ତେବେ ମୃତକଙ୍କ ଜେଜେମାଙ୍କ ମୃତୁ ହେବା ୧୦ ଦିନ ନପୁରୁଣୁ ନାତିର ଅକାଳ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Spread the love