ଘରକୁ ଘର ବୁଲି ପ୍ରଚାର ଅଭିଯାନ ଚଳାଇଛନ୍ତି ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ

ଚଣ୍ଡିଖୋଲ ୦୩/୦୨: ବଡ଼ଚଣା ବ୍ଲକ ସିହା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି। ସରପଞ୍ଚ ପ୍ରାର୍ଥୀନୀ ମୀରା ସାହୁ ଏବଂ ସମିତି ସଭ୍ୟ ପ୍ରାର୍ଥୀନୀ ରାଜଶ୍ରୀ ସାହୁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।
ସିହା ପଞ୍ଚାୟତରେ ହେଉଥିବା ବ୍ୟାପକ ଦୁର୍ନୀତି ତଥା ଯୋଜନା ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ବଦଳରେ ବାଟମାରଣା କରାଯାଉଥିବା କହିଛନ୍ତି ସରପଞ୍ଚ ପ୍ରାର୍ଥୀନୀ ମୀରା ସାହୁ । ଏହା ସହିତ ପଞ୍ଚାୟତବାସୀ ମୌଳିକ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ । ଦୀର୍ଘଦିନ ହେଲା ବିଶୁଦ୍ଧ ପାନୀୟ ଜଳ ଟିକେ ପାଇବା ପାଇଁ ପଞ୍ଚାୟତବାସୀ ସଂଘର୍ଷ କରୁଥିବା ବେଳେ ତାହା ବର୍ତ୍ତମାନ ସୁଦ୍ଧା ହୋଇନାହିଁ । କେବଳ ସେତିକି ନୁହେଁ ପଞ୍ଚାୟତରେ ଥିବା ଗ୍ରାମ୍ୟ ଜଙ୍ଗଲ ଗୁଡିକରେ କିଛି ଅସାଧୁ ବ୍ୟକ୍ତି ରୀତିମତ ଗଛ କାଟିନେଉଛନ୍ତି । ପୂର୍ବରୁ ନିର୍ବାଚିତ ହୋଇଥିବା ସରପଞ୍ଚ ଏବଂ ତାଙ୍କର ସମର୍ଥକ ଏ ବାବଦରେ ଜାଣି ସୁଦ୍ଧା କୌଣସି ଠୋସ ପଦକ୍ଷେପ ନେବା ବଦଳରେ ଚୁପ ବସିଥିଲେ। ପ୍ରତିବାଦ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା । ଏ ତମାମ ପ୍ରସଙ୍ଗକୁ ମୁଦ୍ଦା କରି ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ସରପଞ୍ଚ ପ୍ରାର୍ଥୀନୀ ମୀରା ସାହୁ ।
୨୦ଟି ୱାର୍ଡକୁ ନେଇ ଗଠିତ ସିହା ପଞ୍ଚାୟତକୁ ସମୃଦ୍ଧ, ବିକଶିତ ତଥା ଆଦର୍ଶ ପଞ୍ଚାୟତ କରିବାକୁ ନିର୍ବାଚନ ଲଢୁଥିବା, ପ୍ରାର୍ଥୀନୀ ମୀରା ସାହୁ କହିଛନ୍ତି। ତାଙ୍କ ସହିତ ସମିତି ସଭ୍ୟ ପ୍ରାର୍ଥୀନୀ ଭାବେ ରାଜଶ୍ରୀ ସାହୁ ଡୋର ଟୁ ଡୋର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଓ୍ବାର୍ଡ ସଭ୍ୟା ପ୍ରାର୍ଥୀନୀ ଭାବେ ତୃପ୍ତିରେଖା ସାହୁ ମଧ୍ୟ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ପଞ୍ଚାୟତରେ ଥିବା ଖରମଙ୍ଗି, କୋଲାସିଂହ, ସିହା, ଗୋଡ଼ିମାଗୁରା, ଗୌଡୁଶୋଳ, ମଙ୍ଗରାଜପୁର ଏବଂ କମ୍ପିରା ଗାଁରେ ପ୍ରଚାର କରୁଛନ୍ତି ।

Spread the love