ପ୍ରଚାର ମୈଦାନରେ ଅପରାଜିତା, ଗାଁରେ ବୁଲି ବୁଲି କଲେ ଭୋଟ୍ ଭିକ୍ଷା

ଖୋର୍ଦ୍ଧା: ଗାଁ ଗାଁରେ ବଢ଼ିଲାଣି ନିର୍ବାଚନୀ ଉଷ୍ମତା । ଫୁଲ୍ ଦମରେ ଚାଲିଛି ପ୍ରଚାର ପ୍ରସାର । ଘର ଘର ବୁଲୁଛନ୍ତି ପ୍ରାର୍ଥୀ । ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ଭୋଟରଙ୍କୁ ପ୍ରଭାବିତ କରିବାକୁ କସରତ୍ କରୁଛନ୍ତି ସଭିଏଁ । ଏହାଭିତରେ ଏବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ୍ ନେତା । ଗୁରୁବାର ବିଜେପି ପ୍ରାର୍ଥୀଙ୍କ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଜୋରସୋରରେ ପ୍ରଚାର କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେହିପରି ନିର୍ବାଚନୀ ପ୍ରଚାର ସମୟରେ ରାଜ୍ୟରେ ତମାମ୍ ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଓଡିଶାରେ ଚାଲିଥିବା ଦୁର୍ନୀତିକୁ ନେଇ ଜନସାଧାରଣ ଅତିଷ୍ଠ ହୋଇଗଲେଣି । ଏବେ ସେମାନେ ପରିବର୍ତ୍ତନ ଚାହୁଁଛନ୍ତି । ଟଙ୍କା ବଦଳରେ ପ୍ରାର୍ଥୀ ଟିକେଟ୍ ଦିଆଯାଉଛି । ଚଳିତ ନିର୍ବାଚନରେ ଟଙ୍କା କାରବାର ନ ହେଲେ ଯୋଗ୍ୟ ପ୍ରାର୍ଥୀମାନେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିପାରିବେ ବୋଲି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଅବସରରେ କହିଛନ୍ତି ଅପରାଜିତା ଷଡଙ୍ଗୀ ।

Spread the love