ଆଜି ନିଳାଦ୍ରୀ ବିଜେ

ନଅ ଦିବସୀୟ ରଥଯାତ୍ରା ଶେଷ ହେବା ପରେ ମହାପ୍ରଭୁଙ୍କର ରଥ ଉପରେ ସୁନାବେଶ ଓ ଅଧରପଣା ଶେଷ ହୋଇଛି। ଲକ୍ଷ ଲକ୍ଷ ଭକ୍ତଙ୍କୁ ବଡ଼ଦାଣ୍ଡ ଓ ମାଉସୀ ମନ୍ଦିରରେ ଦର୍ଶନ ଦେବା ପରେ ଶ୍ରୀଜିଉମାନେ ଆଜି ନୀଳକନ୍ଦରକୁ ପ୍ରବେଶ କରୁଛନ୍ତି। ବହୁ ପ୍ରତୀକ୍ଷିତ ନିଳାଦ୍ରୀ ବିଜେ ପାଇଁ ଆଜି ଭୋର ସକାଳୁ ନୀତିକାନ୍ତି ଶେଷ ହୋଇଛି। ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ବିରାଜମାନ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି କରିଛି। କେବଳ ଏହାକୁ ଅନ୍ତିମ ରୂପ ଦେବା ପାଇଁ ଅପେକ୍ଷା କରାଯାଇଛି। ଆଶାଢ ପୂର୍ଣ୍ଣିମା ତିଥିରେ ମଙ୍ଗଳବାର ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆଜି ନିଳାଦ୍ରୀ ବିଜେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଆଗୁଆ କରାଯାଉଛି। ଏହି ଆଧାରରେ ଅପରାହ୍ଣ ସାଢ଼େ ୩ଟାରେ ସିଂହାସନ ମାଜଣା ହେବ। ଏହା ପରେ ୪ଟାରୁ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହେବ। ପହଣ୍ଡି ବିଜେ ରାତି ୧୦ଟା ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ରୁନ୍ଧା କାର‌୍ୟ୍ୟ ରାତି ୧୨ଟା ସୁଦ୍ଧା ଶେଷ ହେବ ବୋଲି କୁହାଯାଉଛି। ଅନ୍ୟାନ୍ୟ ନୀତି ରାତି ୧ଟା ୧୫ରୁ ୨ଟା ୧୫ ମଧ୍ୟରେ ଶେଷ ହେବ। ନିଳାଦ୍ରୀ ବିଜେ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ବ୍ୟାପକ ପ୍ରସ୍ତୁତ କରିଛି। 

Spread the love