ଯାନ୍ତ୍ରିକ ତୃଟି ଯୋଗୁଁ ମିଶନ ଚନ୍ଦ୍ରଯାନ-୨ ସ୍ଥଗିତ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନିଜର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୨ ମିଶନକୁ ସୋମବାର ସ୍ଥଗିତ କରି ଦେଇଛନ୍ତି । ଯାନ୍ତ୍ରିକ ତୃଟି ଯୋଗୁଁ ଆଜି ଭୋର ୨ଟା ୫୧ରେ ଉତକ୍ଷେପଣ କରାଯିବାକୁ ଥିବା ଇସ୍ରୋର ସବୁଠୁ ଓଜନ ରକେଟ ଜିୟୋସିଙ୍କ୍ରୋନଓ ସାଟେଲାଇଟ ଲଞ୍ଚ ଭିକିଲ୍ସ-ମାର୍କ ୩ ଯାନରେ ଯାନ୍ତ୍ରିକ ତୃଟି ଦେଖାଯାଇଛି । ଇସ୍ରୋ ପକ୍ଷରୁ ଏକ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି, ବର୍ତ୍ତମାନ ସ୍ଥିତିରେ ଚନ୍ଦ୍ରଯାନ-୨ ମିଶନ ସ୍ଥଗିତ କରି ଦିଆଯାଇଛି । ନୂତନ ତାରିଖ ଖୁବ ଶୀଘ୍ର ଘୋଷଣା ହେବ । ଲଞ୍ଚର ୫୬ ମିନିଟ ୨୪ ସେକେଣ୍ଡ ପୂର୍ବରୁ ଅବଗଣନା ଆରମ୍ଭ ହୋଇଯାଇଥିଲା । ମାତ୍ର ରାତି ୧ଟା ୫୫ରେ ଏହାକୁ ସ୍ଥଗିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲଞ୍ଚିଙ୍ଗ ଦେଖିବାକୁ ଶ୍ରୀହରିକୋଟାରେ ଉପସ୍ଥିତ ଥିଲେ । ଏହି ଅତ୍ୟାଧୁନିକ ଉପଗ୍ରହର ଉତକ୍ଷେପଣକୁ ନେଇ ପୂର୍ବରୁ ଅନେକ ଉତ୍ସାହ ଦେଖାଯାଇଥିଲା ।ଇସ୍ରୋର ଜଣେ ଅଧିକାରୀ କହିଛନ୍ତି,  ଲଞ୍ଚିଙ୍ଗର ପାଖାପାଖି ୧ ଘଣ୍ଟା ପୂର୍ବରୁ ଭିକିଲ୍ସ ସିଷ୍ଟମରେ ଏକ ଯାନ୍ତ୍ରିକ ତୃଟି ଦେଖାଯାଇଥିଲା । ଶେଷରେ ଚନ୍ଦ୍ରଯାନ-୨ ମିଶନକୁ ସ୍ଥଗିତ କରାଯାଇଥିଲା । ଉତକ୍ଷେପଣ ପାଇଁ ନୂତନ ତାରିଖ ଖୁବ ଶୀଘ୍ର ଘୋଷଣା ହେବ । ଇସ୍ରୋର ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଯାନ୍ତ୍ରିକ ତୃଟି କାରଣରୁ ମିଶନ ଚନ୍ଦ୍ରଯାନ-୨କୁ ରବିବାର ଉତକ୍ଷେପଣ କରାଯାଇ ପାରିବ ନାହିଁ । ନୂତନ ତାରିଖ ଘୋଷଣା ହେବା ପରେ ମିଶନ ଚନ୍ଦ୍ରଯାନ-୨ ଉତକ୍ଷେପଣ କରାଯିବ । ଅତ୍ୟାଧୁନିକ ଉପଗ୍ରହ ଗତ ଜାନୁୟାରୀରେ ହେବାର ଥିଲା କିନ୍ତୁ କିଛି ସମସ୍ୟା ଯୋଗୁଁ ପରେ ଜୁଲାଇ ୧୫ରେ ଉତକ୍ଷେପଣ କରିବାକୁ ନିଷ୍ପତ୍ତି ହୋଇଥିଲା । 

Spread the love