ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ରାଜା କରଣ ଗିରଫ

କଟକ ୫।୨: ସରକାରୀ ଘର ଯୋଗାଇ ଦେବା ନାଁରେ ଠକେଇ ଘଟଣାରେ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ରାଜା କରଣ ଗିରଫ । ରାଜାଙ୍କୁ ଆଜି କୋର୍ଟ ଚାଲାଣ କରିବ ମଧୁପାଟଣା ଥାନା ପୋଲିସ । ରାଜାଙ୍କଠାରୁ ୧୪ ଲକ୍ଷ ଟଙ୍କା ଏବଂ ନକଲି କାଗଜପତ୍ର ଜବତ କରାଯାଇଛି । ଠକେଇ ଅଭିଯୋଗରେ ରାଜା ନାଁରେ ମୋଟ୍ ୩ଟି ମାମଲା ରୁଜୁ ହୋଇଛି । ମଧୁପାଟଣା ଥାନାରେ ଓ ଗୋଟିଏ ଜଗତପୁରରେ ରୁଜୁ ହୋଇଛି ।

କନ୍ଦରପୁରରେ ବସ୍ତିରେ ୩୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଠକେଇ ନେଇ ଅଭିଯୋଗ ହୋଇଥିଲା । ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ଜାରି ରହିଛି । ପ୍ରେସମିଟରେ ସୂଚନା ଦେଲେ ଜୋନ୍ ୬ ଏସିପି ଅମରେନ୍ଦ୍ର ପଣ୍ଡା ।

Spread the love