ଆଜି ଆସିବ କୂଳଭୁଷଣ ମାମଲାର ଅନ୍ତିମ ନିଷ୍ପତି

ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନୌସେନା ଅଧିକାରୀ କୂଳଭୁଷଣ ଯାଧବଙ୍କ ମାମଲାରେ ଆଜି ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ବା ଆଇସିଜେରେ ଶୁଣାଣି ହେବ । ଭାରତୀୟ ସମୟ ଅନୁସାରେ ସଂଧ୍ୟା ୬ଟା୩୦ରେ କୋର୍ଟ ତାଙ୍କ ନିଷ୍ପତି ଶୁଣାଇବେ । ପୂର୍ବରୁ ଆଇସିଜେ ଏହି ମାମଲାରେ ଫେବୃଆରୀ ୧୮ରୁ ୨୧ ଯାଏଁ ଶୁଣାଣି କରିଥିଲେ । ଆଜି ଆସିବାକୁ ଥିବା ନିଷ୍ପତି ଉପରେ ଭାରତ ଏବଂ ପାକିସ୍ତାନର ନଜର ରହିଛି । ଯଦି କୋର୍ଟଙ୍କ ନିଷ୍ପତି ଭାରତ ପକ୍ଷର ଯାଏ ତେବେ ଏହା ଏକ ବଡ ବିଜୟ ହେବ ।କୂଳଭୁଷଣଙ୍କୁ ୨୦୧୭ ମସିହାରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ପାକିସ୍ତାନର ଏକ ସୈନ୍ୟ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଥିଲା । ଯାହାକୁ ଭାରତ କଡା ବିରୋଧ କରିଥିଲା । ଭାରତ ନିଜ ପକ୍ଷ ରଖି ନୌସେନାରୁ ଅବସର ନେବା ପରେ ନିଜ ବ୍ୟବସାୟ ମାମଲାରେ କୁଲଭୂଷଣ ଇରାନ ଯାଇଥିଲେ ।  ସେଠାରୁ ତାଙ୍କୁ ଅପହରଣ କରାଯାଇ ପାକିସ୍ତାନ ଅଣାଯାଇଥିବା କହିଥିଲା । ଏହାପରେ ଭାରତ ଆଇସିଜେର ଦ୍ୱାରସ୍ଥ ହୋଇଥିଲା । ଭାରତ ଗତ ୨ ବର୍ଷ ଧରି ଆଇସିଜେରେ ଏହି ଲଢେଇ ଲଢୁଛି । କୋର୍ଟରେ ପ୍ରାୟ ଅନେକ ଥର ଭାରତର ପଲ୍ଲା ଭାରି ରହୁଛି । ଆଜି ଆସିବାକୁ ଥିବା ରାୟରେ ପାକିସ୍ତାନ ନିରାଶ ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହା ପୂର୍ବରୁ ପାକିସ୍ତାନର ବିଦେଶ କାର୍ଯ୍ୟାଳୟର ମୁଖପାତ୍ର ଫେସଲ ନିଜ ସାପ୍ତାହିତ ପ୍ରେସ ବିଫ୍ରିଙ୍ଗରେ କହିଥିଲେ, ଆମେ ନିଷ୍ପତ୍ତିର ପୂର୍ବାନୁମାନ କରି ପାରିବୁନି । ଆଇସିଜେ  ଜୁଲାଇ ୪ରେ ଏକ ବୟାନ ଜାରି କରି କୁଳଭୂଷଣ ଯାଧବ ମାମଲାରେ ୧୭ ଜୁଲାଇରେ ନିଷ୍ପତ୍ତି ଶୁଣାଇବେ ବୋଲି ଘୋଷଣା କରିଥିଲେ ।

Spread the love