BCCI କ’ଣ ପାଇଁ ଲତାଙ୍କ ଲାଗି ୨ଟି VVIP ସିଟ୍ ରିଜର୍ଭ ରଖୁଥିଲା ?

ଲତା ଆଉ ନାହାନ୍ତି ସତ କିନ୍ତୁ ସେ ଛାଡିଯାଇଥିବା ସ୍ମ୍ରୁତି ଏବେ ବି ସତେଜ ରହିଛି । ଲତା ମଙ୍ଗେସକର ଭାରତୀୟ କ୍ରିକେଟକୁ ମଧ୍ୟ ଏକ ବଡ଼ ଅବଦାନ ଦେଇଛନ୍ତି । ଭାରତୀୟ କ୍ରିକେଟ ପାଇଁ ଲତା ମଙ୍ଗେସକର ଦେଇଥିବା ଅବଦାନକୁ ଭୁଲି ନାହିଁ ବିସିସିଆଇ । ଲତା ମଙ୍ଗେସକରଙ୍କ ସେହି ସାହାର୍ଯ୍ୟକୁ ସମ୍ମାନ ଜଣାଇବା ପାଇଁ ଭାରତର ପ୍ରତ୍ୟେକ କ୍ରିକେଟ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଦୁଇଟି ଭିଭିଆଇପି ପାସ୍ ତାଙ୍କ ପାଇଁ ରଖାଯାଉଥିଲା । ଯେପରି କୌଣସି ଅନ୍ତର୍ଜାତୀୟ ମ୍ୟାଚ ପୂର୍ବରୁ ପ୍ରଯୋଜକ, ରାଜ୍ୟ କ୍ରିକେଟ ଆସୋସିଏସନଙ୍କ ପାଇଁ ପାସ୍ ରହିଥାଏ, ସେହିପରି ପ୍ରତ୍ୟେକ ମ୍ୟାଚରେ ଲତା ଦିଦିଙ୍କ ପାଇଁ ଦୁଇଟି ପାସ୍ ରହିଥାଏ । ତେବେ ଲତା ମଙ୍ଗେସକର ଭାରତୀୟ କ୍ରିକେଟକୁ କ’ଣ ଏମିତି ସାହାର୍ଯ୍ୟ କରିଥିଲେ ଯାହା ଫଳରେ ବିସିସିଆଇ ତାଙ୍କ ପାଇଁ ଦୁଇଟି VVIP ପାସ୍ ରଖିଥାଏ ଆସନ୍ତୁ ଜାଣିବା…

ଭାରତର ଲୋକପ୍ରିୟ ଖେଳ ମଧ୍ୟରୁ କ୍ରିକେଟ ଅନ୍ୟତମ । କ୍ରିକେଟ ପାଇଁ ପାଗଳ ପୂରା ଭାରତ । ତେବେ ଏହି ଘଟଣା ୩୯ ବର୍ଷ ପୂର୍ବର । ଅର୍ଥାତ ୧୯୮୩ ମସିହାର । ଯେତେବେଳେ ଭାରତ ପ୍ରଥମ ଥର ହାତେଇଥିଲା ବିଶ୍ୱକପ ଟ୍ରଫି । ଶକ୍ତିଶାଳୀ ଓ୍ୱେଷ୍ଟଇଣ୍ଡିଜକୁ ହରାଇ ପିନ୍ଧିଥିଲା ବିଶ୍ୱବିଜୟୀ ମୁକୁଟ । ବିଶ୍ୱରେ ବର୍ତ୍ତମାନ ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ପାଖରେ କିନ୍ତୁ ସେ ସମୟରେ ବିଶ୍ୱ ବିଜୟୀ ଦଳକୁ ଅର୍ଥ ରାଶି ଦେବାକୁ ଏତେ ଟଙ୍କା ନଥିଲା । କିନ୍ତୁ ସେ ସମୟରେ ବିସିସିଆଇ ସଭାପତି ଥିବା NKP ସାଲଭେ ଚାହୁଁଥିଲେ ବିଜୟୀ ଦଳକୁ ପୁରସ୍କାର ଦେବାକୁ । କିନ୍ତୁ ଅର୍ଥ ଅଭାବରୁ ସେ ବିବ୍ରତ ଅବସ୍ଥାରେ ଥିଲେ ।

ସାଲଭେ ଏହି କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ସ୍ୱର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କ ସାହାର୍ଯ୍ୟ ଲୋଡିଥିଲେ । ଭାରତୀୟ କ୍ରିକେଟର ବିଜୟ ଉତ୍ସବ ମନାଇବାକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଲତା ମଙ୍ଗେସକର ଏକ କନର୍ସଟ ଆୟୋଜନ କରିଥିଲେ । ଲତା ମଙ୍ଗେସକରଙ୍କ ଏହି କନର୍ସଟ ବେଶ ହିଟ୍ ହୋଇଥିଲା । ଯାହା ଫଳରେ ଏହି କନର୍ସଟରୁ ୨୦ ଲକ୍ଷ ଟଙ୍କାର ଟିକେଟ ବିକ୍ରି ହୋଇଥିଲା । ଏହି କନର୍ସଟରେ ବିକ୍ରି ହୋଇଥିବା ଟିକେଟ ଫଳରେ ବିସିସିଆଇ ବିଶ୍ୱକପ ବିଜେତା ସମସ୍ତ କ୍ରିକେଟରଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ଦେଇପାରିଥିଲା ।

ଲତା ମଙ୍ଗେସକରଙ୍କ ଆଉ ନାହାନ୍ତି ସତ କିନ୍ତୁ ସେ ଭାରତୀୟ କ୍ରିକେଟକୁ ଯେଉଁ ଅବଦାନ ଦେଇଛନ୍ତି ତାହା ସମସ୍ତ କ୍ରିକେଟ ପ୍ରେମୀଙ୍କ ମନରେ ସବୁଦିନ ପାଇଁ ରହିବ । ଲତା ଦିଦିଙ୍କ ଏହି ଅବଦାନକୁ ସମ୍ମାନ ଜଣାଇବା ପାଇଁ ବିସିସିଆଇ ଭାରତର ପ୍ରତ୍ୟେକ କ୍ରିକେଟ ଷ୍ଟାଡିୟମରେ ଦୁଇଟି ଭିଭିଆଇପି ପାସ୍ ରଖିଥାଏ । ଅଫେରା ଦୁନିଆରେ ସ୍ୱର ସାମ୍ରଜ୍ଞୀ ଲତା ମଙ୍ଗେସକର । ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଗତ ରବିବାର ସକାଳ ୮.୧୨ ମିନିଟରେ ଶେଷ ନିଶ୍ୱାଃସ ତ୍ୟାଗ କରିଛନ୍ତି ।

Spread the love